ବିଶିଷ୍ଟ ଶୀକ୍ଷାବିତ୍‍ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ପରଲୋକ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ବଜାରର ବିଶିଷ୍ଟ ଶୀକ୍ଷାବିତ୍‍ ମୃତ୍ୟୁଞ୍ଜୟ ପଣ୍ଡାଙ୍କ (୭୯)ବର୍ଷ ବୟସରେ ଶନିବାର ପରଲୋକ ଘଟିଛି। ସେ ଦୀର୍ଘଦିନ ହେଲା କରୋନାରେ ଆକ୍ରାନ୍ତ ଯୋଗୁଁ ବୌଦ୍ଧ ମେଡିକାଲରେ ଚିକିତ୍ସିତ ହେଉଥିଲେ। କିଛିଦିନ ତଳେ ବୌଦ୍ଧରୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟ ଖବର ଜଣାପଡ଼ିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ପୁରୁଣାକଟକ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶୀକ୍ଷକ ଥିଲେ।ଜ୍ୟୋତିଷଶାସ୍ତ୍ରରେ ସ୍ୱର୍ଣ୍ଣୀମ ପଦକ ହାସଲ କରିଥିବା ଜଣେ ବିଶିଷ୍ଟ ଶିକ୍ଷାବିତ୍‍ ବିୟୋଗରେ ଜିଲ୍ଲାର ଅପୁରଣୀୟ କ୍ଷତି ଘଟିଛି। ସେ ଜଣେ ଛାତ୍ରବତ୍ସଳ, ପରୋପକାରୀ , ମିଷ୍ଟଭାଷୀ , ସମାଜେସବୀ ବ୍ୟକ୍ତିଥିଲେ। ସେ ବହୁତ ସାମାଜିକ ଅନୁଷ୍ଠାନ ସହିତ ଜଡିତ ଥିଲେ।

Comments are closed.