ପ୍ରଭାସଙ୍କୁ ଜନ୍ମ ଦିନର ଶୁଭେଚ୍ଛା 

ମୁମ୍ବଇ : ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ବାହୁବଳୀ ପ୍ରଭାସ ଶୁକ୍ରବାର ୪୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସୋସିଆଲ ମିଡିଆରେ ସାରା ବିଶ୍ୱରୁ ପ୍ରଶଂସକମାନେ ପ୍ରଭାସଙ୍କୁ ତାଙ୍କ ଜନ୍ମଦିନର ଶୁଭକାମନା ଜଣାଉଛନ୍ତି। ସାଉଥ ସିନେମାରୁ ଡେବ୍ୟୁ କରିଥିବା ପ୍ରଭାସ ବାହୁବଳୀ ଚଳଚ୍ଚିତ୍ରରୁ ଅଧିକ ଲୋକପ୍ରିୟ ହୋଇଥିଲେ। ପ୍ରଭାସ ୧୯୭୯ ମସିହା ଅକ୍ଟୋବର ୨୩ ତାରିଖରେ ଚେନ୍ନଇରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ସମ୍ପୂର୍ଣ୍ଣ ନାମ ଭେଙ୍କଟ ସତ୍ୟନାରାୟଣ ପ୍ରଭାସ ରାଜୁ ଉପାଲାପଟି। ତାଙ୍କ ମାମୁଁ ତାଙ୍କର ନାମ ପ୍ରଭାସ ଦେଇଥିଲେ। ସେ ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ବ୍ୟକ୍ତିଗତ ଜୀବନରେ ଏହି ନାମରେ ଜଣାଶୁଣା । ପ୍ରଭାସ ବଟର ଚିକେନ୍ ଏବଂ ବିରିୟାନୀ ଖାଇବାକୁ ଅଧିକ ଭଲ ପାଆନ୍ତି। ୨୦୦୨ରେ, ପ୍ରଭାସ ତେଲୁଗୁ ଚଳଚ୍ଚିତ୍ର ଇଶ୍ୱରରୁ ତାଙ୍କର ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ରାଘବେନ୍ଦ୍ର, ବର୍ଷମ, ଯୋଗୀ, ଏକ୍ ନିରଂଜନ, ରିବେଲ, ବାହୁବଳୀ, ବାହୁବଳୀ-୨, ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

Comments are closed.