ହ୍ରିତିକଙ୍କୁ ଜନ୍ମଦିନର ଶୁଭେଚ୍ଛା

ସମାଜ ଲାଇଭ ବ୍ୟୁରୋ(ରାଜେଶ ଚନ୍ଦ୍ର ବେହେରା) : ବଲିଉଡ଼ର ଆକ୍ସନ ଷ୍ଟାର ହ୍ରିତିକ ରୋଶନ ଶୁକ୍ରବାର ୪୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେ ୧୯୪୭ ମସିହା ଜାନୁଆରୀ ୧୦ ତାରିଖରେ ମହାରାଷ୍ଟ୍ରର ମୁମ୍ବଇରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଉଚ୍ଚତା ୧.୭୮ମିଟର। ହ୍ରିତିକ ହେଉଛନ୍ତି ପ୍ରସିଦ୍ଧ ହିନ୍ଦୀ ଚଳଚ୍ଚିତ୍ର ନିର୍ଦେଶକ ରାକେଶ ରୋଶନଙ୍କ ପୁଅ। ହ୍ରିତିକ୍‌ ଗୀତ ଗାଇବାକୁ ଓ ଡ଼୍ୟାନ୍ସ କରିବାକୁ ବହୁତ ଭଲ ପାଆନ୍ତି । ସେ ବଲିଉଡ଼ର ନମ୍ବର ୧ ଡ଼୍ୟାନ୍ସର ଭାବରେ ବେଶ୍ ପରିଚିତ। ହ୍ରିତିକ୍ ତାଙ୍କ ବାପାଙ୍କ ନିର୍ଦେଶିତ ଚଳଚ୍ଚିତ୍ର “କହୋନ ପ୍ୟାର ହେ”ରୁ ବଲିଉଡ଼ ଯାତ୍ରା ଆରମ୍ଭ କରିଥିଲେ। ଯାହାକୁ ଦର୍ଶକମାନେ ବେଶ୍ ପସନ୍ଦ କରିବା ସହ ସିନେମାଟି ବ୍ଲକ ବଷ୍ଟର ହିଟ୍ ହୋଇଥିଲା। ଏହାପରେ ହ୍ରିତିକ ଗୋଟିଏ ପରେ ଗୋଟିଏ ହିଟ୍ ସିନେମା ବଲିଉଡକୁ ଭେଟି ଦେଇଥିଲେ। ଏହା ପରେ ସେ କୋଇ ମିଲ ଗୟା(୨୦୦୩), କ୍ରିସ(୨୦୦୬), ଧୂମ-୨(, ଯୋଦ୍ଧା ଆକବର , ମିଶନ କାଶ୍ମୀର, ଲକ୍ଷ୍ୟ, ଅଗ୍ନିପଥ, ଗୁଜାରିଶ, ଜିନ୍ଦେଗୀ ନା ମିଲେଗୀ ଦୁବାରାରା, କ୍ରିସ-୩ ଭଳି ପ୍ରମୁଖ ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଗତବର୍ଷ ମୁକ୍ତିଲାଭ କରିଥିବା ହ୍ରିତିକଙ୍କ ୱାର ଏବଂ ସୁପର-୩୦ ଖୁବ ଭଲ ବ୍ୟାବସାୟ କରିଥିଲା। ତାଙ୍କର ଆଗାମୀ ଚଳଚ୍ଚିତ୍ର ହେଉଛି ରାକେଶ ରୋଶନଙ୍କ କ୍ରିସର ଚତୁର୍ଥ ଭାଗ କ୍ରିସ-୪।

image courtesy-The Indian Wire

 

Comments are closed.