ଖୁସି ରହିବାର ଅଭ୍ୟାସ

0

କାମର ଚାପ ଏତେ ବଢ଼ୁଛି ଯେ ଯୁବବର୍ଗ ନିଜ ଅସ୍ତିତ୍ବ ଏହା ମଧ୍ୟରେ ଭୁଲିଗଲେଣି। ଅଧିକାଂଶ ପରିବାରରେ ଆଜିକାଲି ନିୟମିତ କଳିଝଗଡ଼ା ଲାଗିରହୁଛି। ଏହା ପଛର ମୁଖ୍ୟ କାରଣ ହେଲା ପରସ୍ପରର ଅସୁବିଧାକୁ ନ ବୁଝିବା। ଏ ବାବଦରେ ବ୍ରିଟେନ୍‌ର ଗବେଷକ ଏନରି ଲ’ କହିଛନ୍ତି ପ୍ରତ୍ୟେ​‌କ ଖୁସି ରହିବାକୁ ଚେଷ୍ଟା କରନ୍ତୁ। ନିଜ ଇଚ୍ଛା ଅନୁସାରେ ଜୀବନଶୈଳୀ ଅତିବାହିତ କଲେ କୌଣସି କାମର ଚାପ ପଡ଼ିନଥାଏ। ଏକଥା ପ୍ରକୃତରେ ପରିବାରର ପ୍ରତ୍ୟେକ ସଦସ୍ୟ ବୁଝିବା ସହ କାର୍ଯ୍ୟାଳୟର ସହଯୋଗୀ ମଧ୍ୟ ହୃଦୟଙ୍ଗମ କରିବା ଉଚିତ। କେବଳ ନିଜ ଇଚ୍ଛା ଅନୁଯାୟୀ ଆଗକୁ ବଢ଼ିଲେ ହିଁ ଅବସାଦର ଚାପକୁ କମ୍ କରିହେବ ବୋଲି ବିଶେଷଜ୍ଞଙ୍କ ମତ। ଦେଶ ସ୍ବାଧୀନ ହୋଇଯାଇଛି, କିନ୍ତୁ ପରିବାର ତରଫରୁ ଏ ପର୍ଯ୍ୟନ୍ତ ସଦସ୍ୟମାନଙ୍କୁ ସ୍ବାଧୀନତା ମିଳିନାହିଁ। ସମସ୍ତେ ଏହି କଥାର ତାତ୍ପର୍ଯ୍ୟ ବୁଝି ଅଗ୍ରସର ହେବା ଉଚିତ।

Comments
Loading...