ହନୁମାନ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା

ସମ୍ବଲପୁର: ସମ୍ବଲପୁରର ବଡବଜାର ସ୍ଥିତ ଅମରିପଡା ଠାରେ ଶ୍ରୀ ହନୁମାନଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ସ୍ଥାନୀୟ ସମଲେଇ ଘାଟରେ ମହାନଦୀରୁ ୫୧ ଜଣ ମହିଳା କଳସରେ ଜଳ ଧାରଣ କରି ଏକ ଭବ୍ୟ ଶୋଭାଯାତ୍ରାରେ ରିଂ ରୋଡ, ବଡବଜାର, ଧୋବାପଡା ଦେଇ ନଗର ପରିକ୍ରମା କରି ମନ୍ଦିର ପ୍ରତିଷ୍ଠା ସ୍ଥାନକୁ ପହଞ୍ଚି ଥିଲେ। ବୁଧବାର ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ହେବାକୁ ଥିବା ବେଳେ ଏଥିରେ ଗୋପାଳ ଶର୍ମା ଓ ତାଙ୍କର ପତ୍ନୀ କର୍ତ୍ତା କର୍ତ୍ତୀ ଦାୟିତ୍ୱ ତୁଲାଉଛନ୍ତି। ଏହି ଧାର୍ମିକ କାର୍ଯ୍ୟକୁ ଆୟୋଜନ ଓ ପରିଚାଳନାରେ ଦୀପକ ଶର୍ମା, ଫଣିନ୍ଦ୍ର ମହାନ୍ତି, ନାମ ବାଗ, ରାମଚନ୍ଦ୍ର ବେରିହା, ନିଲୁ ସାହୁ, ଚନ୍ଦ୍ର ମେହେର, ଉଷା ପ୍ରଧାନ, ସୁରେନ୍ଦ୍ର ମହାନ୍ତି, ଉଦୟ ସାହୁ, ପରମାନନ୍ଦ ପ୍ରଧାନଙ୍କ ସମେତ ଅମରିପଡା ବାସୀ ସକ୍ରିୟ ସହାୟତା କରୁଛନ୍ତି।

Comments are closed.