ଗେହଲଟଙ୍କ ସଂଖ୍ୟାଲଘୁ ସରକାରକୁ ବଞ୍ଚାଉଛନ୍ତି କି ବିଜେପି ନେତ୍ରୀ ବସୁନ୍ଧରା?

-ବିଜେପି ସହଯୋଗୀ ଦଳ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ସାଂସଦ ହନୁମାନ ବେନିୱାଲ କହିଲେ ପ୍ରମାଣ ଅଛି

ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି ବିଜେପିର ସହଯୋଗୀ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟିର ନେତା ତଥା ସାଂସଦ ହନୁମାନ ବେନିୱାଲ । ବସୁନ୍ଧରା ରାଜେ ରାଜସ୍ଥାନର ଗେହଲଟ୍ ସରକାରଙ୍କୁ ସମର୍ଥନ କରୁଛନ୍ତି ଏବଂ ସରକାର ବଞ୍ଚାଇବା ପାଇଁ ଲାଗି ପଡ଼ିଛନ୍ତି । ନିଜ ଟ୍ବିଟର ଆକାଉଣ୍ଟରେ ସେ ଲେଖିଛନ୍ତି ବସୁନ୍ଧରା ରାଜସ୍ଥାନ କଂଗ୍ରେସରେ ତାଙ୍କର ଘନିଷ୍ଠ ବିଧାୟକଙ୍କ ସହ ଫୋନରେ କଥା ହୋଇଛନ୍ତି ଓ ଗେହଲଟଙ୍କୁ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ସିକର ଓ ନାଗୋର ଜିଲାର ବିଧାୟକମାନଙ୍କୁ ଫୋନ କରି ବସୁନ୍ଧରା କଂଗ୍ରେସର ବିଦ୍ରୋହୀ ନେତା ସଚିନ ପାଇଲଟଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଏବଂ ଏହାର ପ୍ରମାଣ ତାଙ୍କ ନିକଟରେ ରହିଛି ବୋଲି ବେନିୱାଲ କହିଛନ୍ତି ।

Comments are closed.