ଅଜଣା ମୃତଦେହ ଉଦ୍ଧାର

ବେଲପଡା : ବଲାଙ୍ଗିର ଜିଲା ବେଲପଡା ଥାନା ଅନ୍ତର୍ଗତ ବେହେରାମୁଣ୍ଡା ପଂଚାୟତ ବାରିବେରା ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଗାଈ ଗୁହାଳରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତକଙ୍କ ବୟସ ପ୍ରାୟ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। କୌଣସି ସୂତ୍ରରୁ ଖବର ପାଇ ବେଲପଡା ଆଇଆଇସି ସଚ୍ଚିତାନନ୍ଦ ବରିହା ବାରିବେରା ଗ୍ରାମର ଦେବରାଜ ପଧାନଙ୍କ ଗାଈ ଗୁହାଳରେ ଏକ ଅଚିହ୍ନା ବ୍ୟକ୍ତି ବେକରେ ଦଉଡି ଦେଇ ଝୁଲୁଥିବାର ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମାଜଷ୍ଟ୍ରେଟ୍ ଦାୟିତ୍ୱରେ ବେଲପଡା ତହସିଲଦାର ପ୍ରିୟରଂଜନ କୁମାର ଉପସ୍ଥିତିରେ ଶବ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ବେଲପଡା ଡାକ୍ତରଖାନାକୁ ପଠାଯାଇଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଳାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଶବ ଚିହ୍ନଟ ହୋଇନଥିବା ଥାନାଧିକାରୀ ଶ୍ରୀ ବରିହା କହିଛନ୍ତି ।

Comments are closed.