ଝୁଲନ୍ତା ଶବ ଉଦ୍ଧାର

0

ଝାରସୁଗୁଡା: ଲଖନପୁର ଥାନା ଅନ୍ତର୍ଗତ ଗ୍ରୀଣ୍ଡଡୋଳା ପାପପଡା ସାହି ନିକଟରେ ପୁଲିସ ଏକ ଝୁଲନ୍ତା ଶବ ଉଦ୍ଧାର କରିଛି। ମୃତବ୍ୟକ୍ତି ଜଣକ ହେଉଛନ୍ତି ଗ୍ରୀଣ୍ଡଡୋଳା ପାପପଡା ସାହିର ଜଗଦୀଶ ସା। ଜଗଦୀଶ ଗାଁ ଠାରୁ ଅନତି ଦୂରରେ ଥିବା ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇପାରି ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।

Leave A Reply