ବିଧାୟକଙ୍କୁ ମହଙ୍ଗା ପଡିଲା ଗାଳିଗୁଲଜ ଓ ହତ୍ୟା ଧମକ

0

ଭବାନୀପାଟଣା :- କଳାହାଣ୍ଡି ଜିଲାର ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଜଣେ ଦିବ୍ୟାଙ୍ଗଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ହତ୍ୟା ଧମକ ଦେବା ପ୍ରତିବାଦରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ବିଧାୟକ ଦିବ୍ୟାଙ୍ଗ ଟଙ୍କଧର ଖର୍ସେଲକୁ ଏକ ସାଧାରଣ ସଭାରେ ଗାଳି ଗୁଲଜ କରିଥିଲେ। ମଙ୍ଗଳବାର ଦିନ ଏହାର ପ୍ରତିବାଦ କରି ଉତ୍କଳ ଯାଦବ ମହାସଭା , ଓଡିଶା ତରଫରୁ ଭବାନୀପାଟଣାରେ ଏକ ବିଶାଳ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ଶ୍ରୀ ମିଶ୍ରଙ୍କୁ ତୁରନ୍ତ ବିଧାୟକ ପଦରୁ ନିଲମ୍ବିତ ଓ ଗିରଫ ଦାବି କରାଯାଇଛି ।

Leave A Reply