ବ୍ଲକ ପକ୍ଷରୁ ଭିନ୍ନକ୍ଷମଙ୍କୁ ବ୍ୟାଟେରୀ ଚାଳିତ ଅଟୋରିକ୍ସା ପ୍ରଦାନ

କୁଚିଣ୍ଡା : କୁଚିଣ୍ଡା ବ୍ଲକ ପକ୍ଷରୁ ଭିନ୍ନକ୍ଷମଙ୍କୁ ବ୍ୟାଟେରୀ ଚାଳିତ ଅଟୋରିକ୍ସା ପ୍ରଦାନ କରାଯାଇଛି। ଏଥିରେ କୁଚିଣ୍ଡା ବିଧାୟକ କିଶୋର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବେ ଅଟୋରିସ୍କା ପ୍ରଦାନ କରିଥିଲେ। ଏଥିରେ କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ ତିଲୋତ୍ତମା ନାଏକ, ଉପାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର କିସାନ, ବିଡିଓ ନିଶି ପୁନମ ମିଞ୍ଜ, ସହକାରୀ ଯନ୍ତ୍ରୀ ଶ୍ୟାମସୁନ୍ଦର ମାଝୀ, ସାଂସଦ ପ୍ରତିନିଧି ବିରଞ୍ଚି ଦର୍କା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପାରୁଆଭାଡି ପଞ୍ଚାୟତ ମହୁକୁମାସ୍ଥ ଦୟାନିଧି ବେରିହା, କୁଚିଣ୍ଡା ସହରସ୍ଥ ମହୁଲଡିହିର ଆନନ୍ଦ ପ୍ରଦାନଙ୍କୁ ବିଧାୟକ ଶ୍ରୀ ନାଏକ ହସ୍ତାନ୍ତର କରିଥିଲେ। ଏଥିରେ ପାରୁଆଭାଡି  ସରପଞ୍ଚ ରାଧେଶ୍ୟାମ ଧାନ, ଦୀପକ ପଟେଲ ପ୍ରମୁଖ ଯୋଗ ଦେଇଥିଲେ।

Comments are closed.