ପାକିସ୍ତାନ ଜେଲରୁ ମୁକୁଳିଲେ ଭାରତୀୟ ବନ୍ଦୀ

0

ଇସଲାମାବାଦ . –  ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ଭାରତୀୟ ନାଗରିକ ହମିଦ ନିହାଲ ଅନସାରୀ ମୁକ୍ତ ହୋଇଛନ୍ତି । ତାଙ୍କର ୩ ବର୍ଷ କାରାଦଣ୍ଡାଦେଶ ଶେଷ ହେବାପରେ ତାଙ୍କୁ ମୁକ୍ତ କରାଯାଇଛି ।  ପାକିସ୍ତାନର ଏକ ଉଚ୍ଚ ନ୍ୟାୟାଳୟ ତାଙ୍କର ମୁକ୍ତିପାଇଁ ମାସେ ମଧ୍ୟରେ ସମସ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦେଶ ଦେବାପରେ ସମସ୍ତ କାରଗଜ ପତ୍ର କାମ ଶେଷ କରି ତାଙ୍କୁ ପାକିସ୍ତାନରୁ ମୁକ୍ତି ଦିଆଯାଇଛି ।

ଅନସାରୀଙ୍କୁ ଏବେ ୩୩ ବର୍ଷ,  ୩ ବର୍ଷ ତଳେ ସେ ନକଲି ପାକିସ୍ତାନୀ ପାସପୋର୍ଟରେ ପାକିସ୍ତାନରେ ପ୍ରବେଶ କରିଥିଲେ । ମାତ୍ର ସେଠାରେ ତାଙ୍କୁ ଗିରଫ କରାଯାଇଥିଲା । ସେ ଭାରତର ଗୁପ୍ତଚର ବୋଲି ଅଭିଯୋଗ କରି ତାଙ୍କୁ ପୁଲିସ ଗିରଫ କରିଥିଲା । ମାତ୍ର ସେ ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ସହ ବନ୍ଧୁତା କରିବା ପରେ ପାକିସ୍ତାନରେ ତାଙ୍କୁ ଭେଟିବା ପାଇଁ ଆଫଗାନୀସ୍ତାନ ପଟୁ ପାକିସ୍ତାନରେ ପ୍ରବେଶ କରିଥିବା କଥା କହିଥିଲେ । ତାଙ୍କୁ ପାକିସ୍ତାନ ପରିଚୟ ପତ୍ର ନକଲ କରିବା ଅଭିଯୋଗରେ ଜେଲ୍‌ଦଣ୍ଡାଦେଶ ହୋଇଥିଲା । ଡିସେମ୍ବର ୧୫ ତାରିଖରେ ତାଙ୍କର କାରାଦଣ୍ଡାଦେଶ ଶେଷ ହେବାପରେ  ତାଙ୍କୁ ଭାରତକୁ ହସ୍ତାନ୍ତର କରାଯାଇଛି ବୋଲି ପାକିସ୍ତାନ ବିଦେଶମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Leave A Reply