ଅମୃତଭଣ୍ଡା ହାଲୱା

0

ଆବଶ୍ୟକ ସାମଗ୍ରୀ
କଞ୍ଚା ଅମୃତଭଣ୍ଡା – ଆବଶ୍ୟକ ଅନୁଯାୟୀ
ଚିନି – ଆବଶ୍ୟକ ଅନୁଯାୟୀ
କ୍ଷୀର – ଆବଶ୍ୟକ ଅନୁଯାୟୀ
ଘିଅ – ଆବଶ୍ୟକ ଅନୁଯାୟୀ
ଲୁଣ – ଅଳ୍ପ
କାଜୁ, କିସମସ, ଗୁଜୁରାତି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଅମୃତଭଣ୍ଡାକୁ ଭଲ ଭାବେ ଧୋଇ ଚୋପା ଛଡ଼ାଇ ଦିଅନ୍ତୁ। ଏହା ପରେ କୋରି ଏକ ପାତ୍ରରେ ରଖନ୍ତୁ। ଗ୍ୟାସରେ କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ କରି ଏଥିରେ କୋରି ରଖିଥିବା ଅମୃତଭଣ୍ଡା, କିଛି ଲୁଣ ପକାଇ ଭାଜନ୍ତୁ। କିଛି ସମୟ ଭାଜି ହେବା ପରେ କ୍ଷୀର ମିଶାନ୍ତୁ। କ୍ଷୀର ଫୁଟିଗଲେ ଏଥିରେ ଚିନି, ଗୁଜୁରାତି, କାଜୁ ଓ କିସମିସ ପକାନ୍ତୁ। ଏହା ପରେ କିଛି ସମୟ ଗୋଳାନ୍ତୁ। କିଛି ସମୟ ଗୋଳାଇବା ପରେ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ପାତ୍ରକୁ କାଢିବା ପରେ କାଜୁ, କିସମିସ ସଜାଇ ଦିଅନ୍ତୁ।

Leave A Reply