ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ହାଲୱା

ଆବଶ୍ୟକ ସାମଗ୍ରୀ
କଦଳୀ – ୬ ରୁ ୭ଟି
କୋରା ନଡ଼ିଆ – ଆବଶ୍ୟକ ପରିମାଣରେ
ଚିନି – ଆବଶ୍ୟକ ପରିମାଣରେ
ଘିଅ – ୩ ଚାମଚ
କାଜୁ – ୪ ରୁ ୫ଟି
ବାଦାମ – ୬ ରୁ ୭ଟି
ଗୁଜୁରାତି – ୨ ରୁ ୩ଟି
କେସର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କଦଳୀକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ କଦଳୀ ପକାଇ ଭାଜି ୨ ମିନିଟରେ ଚିନି ପକାଇ ଗୋଳାଇ ଦିଅନ୍ତୁ। ଏହାପରେ କୋରା ନଡ଼ିଆକୁ ପକାଇ ପୁଣି ଭଲ ଭାବେ ଗୋଳାନ୍ତୁ। ଏବେ ଏଥିରେ କାଜୁ , ବାଦାମ, ଗୁଜୁରାତି, କେସର ପକାଇ ଗୋଳାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ହାଲୱା।

Comments are closed.