ଜଗନ୍‌ଙ୍କ ବାସଭବନରେ ନିର୍ମାଣ ହେବ ହେଲିପ୍ୟାଡ

ଅମରାବତୀ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ଗୁଣ୍ଟୁର ଜିଲାର ତାଡ଼େପାଲ୍ଲି ବାସଭବନ ପରିସରରେ ନିର୍ମାଣ ହେବ ହେଲିପ୍ୟାଡ। ଏଥିପାଇଁ ତାଙ୍କ ସରକାର ୧କୋଟି ୮୯ଲକ୍ଷ ଟଙ୍କାର ବୟବରାଦ କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କୁ ସ୍ବତନ୍ତ୍ର ଭାବେ ହେଲିକପ୍ଟର ଯୋଗାଇଦେବାକୁ ସରକାରୀ ଭାବେ ନିଷ୍ପତ୍ତି ହୋଇଛି। ରାଜ୍ୟ ପରିବହନ ବିଭାଗ ସଚିବ ଏମ୍‌.ଟି କୃଷ୍ଣା ବାବୁ ହେଲିପ୍ୟାଡ, ଏହାର ସଂଯୋଗୀ ରାସ୍ତା ଓ ପାଚେରି ନିର୍ମାଣ ବାବଦରେ ପ୍ରଥମ ପର୍ଯ୍ୟାୟରେ ୪୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏତଦ୍‌ବ୍ୟତୀତ ଲୁହା ବାଡ଼ ନିର୍ମାଣ ପାଇଁ ୭୫ଲକ୍ଷ, ପୁଲିସ ବାରାକ ଓ ଟୟଲେଟ ନିର୍ମାଣ ପାଇଁ ୩୦ଲକ୍ଷ, ଫାଟକ ନିର୍ମାଣ ଓ ସୁରକ୍ଷା ବ୍ୟବସ୍ଥା ବାବଦରେ ୩୧ଲକ୍ଷ ଏବଂ ସୁରକ୍ଷାକର୍ମୀଙ୍କ ବିଶ୍ରାମ ପାଇଁ ୧୩ଲକ୍ଷ ୫୦ହଜାର ଟଙ୍କାର ବ୍ୟୟବରାଦ ହୋଇଛି।

Comments are closed.