ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ବାଲୁଗାଁ: ୧୬ ନମ୍ବର ଜାତୀୟ ରାଜପଥ ସରନଇ ଓଭରବ୍ରୀଜ ତଳେ ଥିବା ଡାଇଭଟ ରାସ୍ଥା ନିକଟ ତୋଟାରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ଯୁବତୀଙ୍କ ପରିଚୟ ମିଳିନାହିଁ। ଅଚିହ୍ନା ଯୁବତୀକୁ ବଳତ୍କାର କରି ହତ୍ୟା ପରେ ମଟର ସାଇକେଲ ଟାୟାର ଲଗାଇ ପୋଡି ଦିଆଯାଇଛି। ସ୍ଥାନୀୟ ଲୋକମାନେ ଏ ବିଷୟରେ ଜାଣି ପୁଲିସ୍କୁ ଖବର ଦେବା ବେଳକୁ ଦିନ ୧୦ଟା ଯାଏଁ ଶବ ଦେହରେ ଲଗାଯାଇଥିବା ଟାୟାର ଯଳୁଥିଲା।

ଘଟଣାସ୍ଥଳରେ ବାଣପୁର ପୋଲିସ ଓ ବାଲୁଗାଁ ପୋଲିସ ପହଞ୍ଚିଥିଲେ ସୀମା ନିର୍ଦ୍ଧାରଣ ହୋଇପାରିନଥିବାରୁ ଦୁଇ ଥାନା ଅଧିକାରିମାନେ ଏହି କେସଟିକୁ ନେବା ପାଇଁ ପ୍ରଥମେ ରାଜି ହୋଇ ନ ଥିଲେ। ପରେ ପୋଲିସ ମୃତଦେହ ଜବତ କରି ପୋଷ୍ଟମଟର୍ମ ପାଇଁ ପଠାଇଥିବା ଜଣାପଡିଛି। କେହି ବ୍ୟକ୍ତି ଟାୟାର ଜାଳି ମହିଳାଙ୍କୁ ଜାଳି ଦେଇଥିବା ସନ୍ଦେହ କରାଯାଉଛି। ମୃତଦେହର ଉପର ଭାଗ ସଂପୂର୍ଣ୍ଣ ଜଳି ଯାଇ ଥିବାରୁ ଏହାକୁ ଚିହ୍ନଟ କରିବା ସମ୍ଭବ ହୋଇ ପାରିନାହିଁ।

Comments are closed.