କେଶ ପାଇଁ କେତେକ ଜାଣିବା କଥା……

ପ୍ରତି ଦୁଇ ଦିନକୁ ଥରେ କେଶମୂଳରେ ତେଲ ଲଗାଇବା ଦ୍ୱାରା ରୂପି ସମସ୍ୟା ଦୂର ହୋଇଥାଏ।
କେଶର ମଳୂରେ ତେଲ ମାଲିସ କରିବା ଦ୍ୱାରା ମୁଣ୍ଡବିନ୍ଧା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
ରାତିରେ ଶୋଇବାର ୨ ଘଣ୍ଟା ପୂର୍ବରୁ ତେଲ ଲଗାଇଲେ ଭଲ ନିଦ ହୋଇଥାଏ। କେଶ ଅଧିକ ମୋଟା ହୋଇଥାଏ।
ତେଲ ସବୁ ସମୟରେ ଲଗାଇବା ସମ୍ଭବ ନୁହେଁ କାରଣ ତେଲ ଲଗାଇ ବାହାରକୁ ଯିବା ସଭିଁଙ୍କୁ ପସନ୍ଦ ନୁହେଁ। ତେଣୁ ସାମ୍ପୋ କରିବା ୨ ଘଣ୍ଟା ପୂର୍ବରୁ ତେଲ ଲଗାଇବା ଉଚିତ। ତେଲକୁ କେଶମୂଳରେ ମାଲିସ କରି ଲଗାଇବା ଆବଶ୍ୟକ। ନିଜ ପସନ୍ଦ ମୁତାବକ ତେଲର ବ୍ୟବହାର କରିପାରିବେ। ମାତ୍ର ହରବଲ କିମ୍ବା ଔଷଧୀୟ ତେଲ ବ୍ୟବହାର କରିବା ଆବଶ୍ୟକ। ତେଲ ଲଗାଇ ବାହାରକୁ ଯିବା ମଧ୍ୟ ଅନୁଚିତ। କାରଣ ବାହାରର ଧୂଳି ତେଲରେ ଅଠାରେ ଭଳି ରହିଯାଏ। ଯାହା ଫଳରେ କେଶ ଅଥିକ ପରିମାଣରେ ଉପୁଡ଼ିଥାଏ। ରାତିରେ କେଶ ମୂଳରେ ତେଲ ମାଲିସ କରିବା ଦ୍ୱାରା ମସ୍ତିଷ୍କରେ ଭଲ ଭାବେ ରକ୍ତ ସଞ୍ଚାଳନ ହୋଇଥାଏ। ଫଳରେ ଆମକୁ ଚିଡ଼୍‍ଚିଡ଼ା , ବିରକ୍ତଭାବ କମ ହୋଇଥାଏ।
ତେଲ ଲଗାଇବା ପରେ ତୁରନ୍ତ ମୁଣ୍ଡ କୁଣ୍ଡାନ୍ତୁ ନାହିଁ –
କେଶ ମୂଳରେ ତେଲ ମାଲିସ କରିବା ପରେ ସେପରି ରହିବାକୁ ଦିଅନ୍ତୁ, ତୁରନ୍ତ ମୁଣ୍ଡ କୁଣ୍ଡାନ୍ତୁ ନାହିଁ। ଏପରି କରିବା ଦ୍ୱାରା କେଶ ମୂଳ ଦୁର୍ବଳ ହୋଇ ଝଡ଼ିଥାଏ। କିଛି ସମୟ ପରେ କେଶ କୁଣ୍ଡାଇପାରିବେ।
ଅତ୍ୟଧିକ ତେଲ ଲଗାନ୍ତୁ ନାହିଁ –
କେଶରେ ତେଲ ଲଗାଇବା ଅର୍ଥ ନୁହେଁ, ଅତ୍ୟଧିକ ମାତ୍ରାରେ ଲଗାଇବା। ତେଲକୁ ସର୍ବଦା କେଶ ମୂଳରେ ଅଳ୍ପ ମାତ୍ରାରେ ଧିରେ ଧିରେ ମାଲିସ କରି ଲଗାନ୍ତୁ। ସାମ୍ପୁ ଲଗାଇବାର ୨ ଘଣ୍ଟା ପୂର୍ବରୁ ତେଲ ଲଗାନ୍ତୁ।
– ତେଲ ଲଗାଇବା ସଙ୍ଗେ ସଙ୍ଗେ ସାମ୍ପୁରେ ସଫା କରନ୍ତୁ ନାହିଁ। ଅତି ଜୋରରେ ସାମ୍ପୁ କରନ୍ତୁ ନାହିଁ। ତେଲ ଲଗାଇ କେଶକୁ ଅତି ଜୋରରେ ବାନ୍ଧନ୍ତୁ ନାହିଁ।
– ତେଲ ଲଗାଇବା ପରେ ଅନ୍ୟ କୌଣସି ଜିନିଷ ଯେପରି ସିରମ, ହେୟାର ସ୍ପ୍ରେ ଆଦି କେଶରେ ଲଗାନ୍ତୁ ନାହିଁ। ଏପରି କରିବା ଦ୍ୱାରା କେଶ ପାଇଁ କ୍ଷତିକାରକ ହୋଇଥାଏ।

Comments are closed.