ଘନ କେଶ ପାଇଁ ମେଥି

ମେଥି –
ରାତିରେ ମେଥିକୁ ଭିଜାଇ ସକାଳେ ଏହାକୁ ପେଷି (ଗ୍ରାଇଣ୍ଡିଙ୍ଗ ) କରି କେଶରେ ଲଗାଇ ୨ଘଣ୍ଟା ରଖନ୍ତୁ। ଏହା ପରେ ଏହାକୁ ସାସାନ୍ୟ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହା ଦ୍ୱାରା କେଶ ଖୁବ ଘନ ହୋଇଥାଏ।
ଅଁଳା ଗୁଣ୍ଡ ଓ ନଡ଼ିଆ ତେଲ –
ନଡ଼ିଆ ତେଲରେ ଅଁଳାଗୁଣ୍ଡ ମିଶାଇ ଉଷୁମ କରିଦିଅନ୍ତୁ। ଏହାକୁ ସପ୍ତାହକୁ ୨ରୁ ୩ଥର ଲଗାଇଲେ ଏହା କେଶ ପାଇଁ ଖୁବ ଉପକାରୀ।
ନଡ଼ିଆ ତେଲ ଓ ମହୁ –
୧ କପ ନଡ଼ିଆ ତେଲରେ ଏକ କପ ମହୁ ମିଶାଇ ଏହାକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ସପ୍ତାହକୁ ୨ଥର ଏହାକୁ କେଶର ମୂଳରେ ଭଲ ଭାବେ ମାଲିସ କରନ୍ତୁ।ରାତିରେ ଲଗାଇ ସକାଳେ ସାମ୍ପୋରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା କେଶ ଲମ୍ବା ଓ ଘନ ହେବା ସହ ରେଶମୀ , ଆକର୍ଷିତ ମଧ୍ୟ ହୋଇଥାଏ। ଏହାକୁ ଥରେ ପ୍ରସ୍ତୁତ କରି ୨ରୁ୩ ସପ୍ତାହ ବ୍ୟବହାର କରିପାରିବେ। ଏହା କେଶ ଉପୁଡ଼ିବା ବହୁ ପରିମାଣରେ କମ କରିଥାଏ।
ଅଣ୍ଡା –
ଅଣ୍ଡାକୁ ଏକ ପାତ୍ରରେ ଭଲ ଭାବେ ଫେଣ୍ଟି କେଶରେ ଲଗାଇ ଦିଅନ୍ତୁ। ଏହାକୁ ୨ ଘଣ୍ଟା ରଖିବା ପରେ ସାମ୍ପୋରେ ଧୋଇ ଦିଅନ୍ତୁ। ଏହା କେଶ ପାଇଁ ଖୁବ ଲାଭଦାୟକ ଅଟେ।

Comments are closed.