କେଶ ପାଇଁ ରସୁଣ

ରସୁଣ ପେଷ୍ଟ –
ରସୁଣ ପେଷ୍ଟ କେଶ ମୂଳରେ ଲଗାଇ ୨୦ ମିନିଟ ରଖନ୍ତୁ। ଏହାପରେ ଏହାକୁ ଧୋଇ ଦିଅନ୍ତୁ। ଏହା କେଶ ପାଇଁ ଖୁବ ଉତ୍ତମ ଅଟେ। ଏହାକୁ ସପ୍ତାହକୁ ଥରେ ନିଶ୍ଚୟ ଲଗାନ୍ତୁ।
ମହୁ ଓ ରସୁଣ –
୨ଚାମଚ ମହୁରେ ୩ ଚାମଚ ରସୁଣ ପେଷ୍ଟ ମିଶାଇ କେଶ ମୂଳରେ ଲଗାନ୍ତୁ। ୧୫ ମିନିଟ ରଖିବା ପରେ ସାମ୍ପୁ କରି ଦିଅନ୍ତୁ। ଏହାକୁ ସପ୍ତାହକୁ ୨ ଥର ଲଗାନ୍ତୁ।
ଘିକୁଆଁରୀ ଓ ରସୁଣ –
୨ ଚାମଚ ଘିକୁଆଁରୀ ରସରେ ୩ ଚାମଚ ରସୁଣ ପେଷ୍ଟ ମିଶାଇ ଏହାକୁ କେଶର ମୂଳରେ ଲଗାନ୍ତୁ। ଏହାପରେ ଏହାକୁ ୧୫ ରୁ ୨୦ ମିନିଟ ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ କେଶକୁ ଧୋଇ ଦିଅନ୍ତୁ। ଏହା ରୂପିକୁ ସମ୍ପୂର୍ଣ୍ଣ ଦୂର କରିଥାଏ।
ସେଓର ସିରକା ଓ ରସୁଣ ରସ –
୧ ଚାମଚର ରସୁଣ ରସରେ ୨ ଚାମଚ ସେଓର ସିରକା ମିଶାଇ ଏହାକୁ କେଶ ମୂଳରେ ଲଗାଇ ୨୦ ମିନିଟ ରଖନ୍ତୁ। ଏହା ପରେ ସାମ୍ପୁ କରି ଦିଅନ୍ତୁ। ଏହା ମଧ୍ୟ କେଶରୁ ରୂପି ଦୂର କରିଥାଏ।
ରସୁଣ ପେଷ୍ଟ ଓ ଲେମ୍ବୁ ରସ –
ରସୁଣ ପେଷ୍ଟ ଓ ଲେମ୍ବୁ ରସକୁ କେଶର ମୂଳରେ ଲଗାନ୍ତୁ। ଏହାକୁ ୧୫ ରୁ ୨୦ ମିନିଟ ରଖିବା ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏହାକୁ ନିଶ୍ଚୟ ଲଗାନ୍ତୁ। ଏପରି କରିବା ଦ୍ୱାରା ରୂପି ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।

Comments are closed.