ଜିଭରେ ଉଠୁଛି କେଶ

ଆମେରିକାର କଲରାଡୋ ରାଜ୍ୟର ଏହି ଘଟଣାଟି। ୩୨ ବର୍ଷୀୟା କେମରୁ ସେଠିକା ବାସିନ୍ଦା। ୨୦୧୩ରେ ଡାକ୍ତରୀ ପରୀକ୍ଷାରେ ଜଣାପଡ଼ିଲା, ସେ କର୍କଟ ରୋଗରେ ଆକ୍ରାନ୍ତ। ଯଥା ଶୀଘ୍ର ତାଙ୍କର ଚିକତ୍ସା ଆରମ୍ଭ ହେଲା। ଅ​‌େ​‌ସ୍ତ୍ରାପଚାର କରିବା ତାଙ୍କ ପାଇଁ ଜରୁରୀ ଥିଲା। ସେହି ଅ​‌େ​‌ସ୍ତ୍ରାପଚାର ସମୟରେ ତାଙ୍କ ଜିଭର ଗୋଟିଏ ପାଖ କାଟିବାକୁ ପଡ଼ିଲା। ପୁଣି ଥରେ ଜିଭକୁ ପୂର୍ଣ୍ଣ ଆକାର ଦେବାକୁ ଡାକ୍ତର ଚିନ୍ତାରେ ପଡ଼ିଲେ। ଶେଷରେ ଡାକ୍ତରୀ ଦଳ ଆଲୋଚନା କରି ଜଂଘରୁ ଚର୍ମ କାଟି ଜିଭରେ ଲଗାଇଲେ। ଅ​‌େ​‌ସ୍ତ୍ରାପଚାର ସଫଳ ହେଲା। ମାସ କେଇଟା ପରେ ଏହାର ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଛି। ଜଂଘର ଚର୍ମ ଲାଗିଥିବାରୁ ଜିଭରେ ଏବେ କେଶ ଉଠୁଛି। ଖାଇବା ସମୟରେ କେମରୁ ଭାରି ହଇରାଣ ହେଉଛନ୍ତି। ପାଟି ବନ୍ଦ କଲା ମାତ୍ରେ ଲାଗୁଛି, ଯେମିିତି ଜିଭରେ କେଶ ଗୁଡ଼ାଇ ହୋଇରହିଛି। ଏବେ ଡାକ୍ତରୀ ଦଳ ପୁଣି ଯୋଜନା କରୁଛନ୍ତି କେମିତି କେମରୁଙ୍କ ଜିଭରୁ ଏହି କେଶ ସମସ୍ୟାକୁ ଦୂର କରିବେ? nn

Comments are closed.