କେଶ ମାଲିସ୍

ଶୀତଦିନେ କେଶର ସମସ୍ୟା ବଢ଼ିଚାଲେ। କେଶକୁ ଶକ୍ତ କରିବା ନିମନ୍ତେ କେତୋଟି ସରଳ ଉପାୟ ଅବଲମ୍ବନ କରନ୍ତୁ। ଏ ବାବଦରେ ବିଉଟିସିଆନ୍ ଶେହନାଜ୍ ହୁସୈନ୍‌ଙ୍କ ଟିପ୍ସ:
– ଖରାରେ ୧୦-୧୫ ମିନିଟ୍ ବସିଲେ ଆପଣଙ୍କ କେଶ ଓ ତ୍ବଚା ଉଭୟକୁ ଭିଟାମିନ୍ ଡି’ ମିଳେ। କଅଁଳ ଖରାରେ ଚଲାବୁଲା କରିବା ଅଧିକ ଭଲ।
– ପ୍ରତି ୩ଦିନରେ ଥରେ କେଶରେ ତେଲ ମାଲିସ୍ କରିବା ଜରୁରୀ। ଏହା ହିଁ ଆମ କେଶକୁ ଖାଦ୍ୟ ଯୋଗାଇଥାଏ। ନଡ଼ିଆ ତେଲ, ସୋରିଷ ତେଲ, ଅଲିଭ ତେଲ ସମପରିମାଣରେ ନେଇ କେଶମୂଳରେ ଲଗାଇ ୧ ଘଣ୍ଟା ପରେ ଧୋଇନେବେ।
– ହର୍ବାଲ୍ ଶାମ୍ପୂର ବ୍ୟବହାର ଏଇ ଋତୁରେ କରିବା ଭଲ। କେମିକାଲ୍‌ଯୁକ୍ତ ଶାମ୍ପୂ ଲଗାଇଲେ ରୁପି ହେବାର ଭୟ ରହିଛି।
– କେଶକୁ ସପ୍ତାହରେ ଥରୁଟିଏ ବାମ୍ଫ ଦେବାର ବ୍ୟବସ୍ଥା କରିବା ଉଚିତ। ଏହି ପାଣିରେ ନିମ୍ବ ପତ୍ର, ପୋଦିନା ପତ୍ର ମିଶାଇ କେଶକୁ ବାମ୍ଫ ଦେଲେ କେଶ ଝଡ଼ା ସମସ୍ୟା ନିୟନ୍ତ୍ରିତ ହୋଇଥାଏ।
– ପେସ୍ତାବାଦାମ ତେଲରେ ମେଥି ଗୁଣ୍ଡ ମିଶାଇ ପ୍ୟାକ୍ ଭଳି କେଶମୂଳରେ ଲଗାଇବେ। ୨୦ ମିନିଟ୍ ପରେ ଶାମ୍ପୂ କରନ୍ତୁ। ଏହି ଉପାୟରେ ମଧ୍ୟ କେଶ ଝଡ଼ା କମ୍ ହୁଏ।
– ୧୫ଦିନରେ ଥରେ ହେନା ପ୍ୟାକ୍ ଲଗାଇବା ସହ ସେଥିରେ କଞ୍ଚା ଖିର ଓ ନଡ଼ିଆ ତେଲ ମିଶାଇ ଲଗାଇଲେ କେଶର ରୁକ୍ଷତା କମ୍ ହେଉଥିବାର ବିଉଟିସିଆନ୍‌ଙ୍କ ମତ।

Comments are closed.