କଫିରେ କେଶର ଯତ୍ନ

କଫି ପାନୀୟ ଭାବେ ଯେତିକି ଲୋକପ୍ରିୟ, କେଶ ଓ ତ୍ବଚାର ଚର୍ଚ୍ଚାରେ ମଧ୍ୟ ଏହାର ଉପଯୋଗ ହୁଏ। ବିଉଟିସିଆନ୍‌ଙ୍କ ପରାମର୍ଶ ନେଇ କଫିକୁ ନିୟମିତ ଭାବେ ସୌନ୍ଦର୍ଯ୍ୟ ଚର୍ଚ୍ଚାରେ ବ୍ୟବହାର କରିପାରିବେ।

-କଫି ୨ ଛୋଟ ଚାମଚ ନେଇ ଫୁଟା ପାଣିରେ ପକାଇବେ। ଭଲଭାବେ ଫୁଟିବା ପରେ ଏଇ ପାଣିକୁ ଥଣ୍ଡା କରିବେ, ସେଥିରେ ଅଁଳା ଗୁଣ୍ଡ ୧ଚାମଚ ମିଶାଇ କେଶରେ ପ୍ୟାକ୍ ଭଳି ଲଗାଇ ୨୦ ମିନିଟ୍ ପରେ ଧୋଇନେବେ। ଏହି ପ୍ୟାକ୍ କେଶମୂଳକୁ ମଜଭୁତ୍ କରେ।
– କଫି ୧ଛୋଟ ଚାମଚରେ ଦହି ମିଶାଇ ମୁହଁରେ ପ୍ୟାକ୍ ଭଳି ଲଗାନ୍ତୁ। ତ୍ବଚାରେ ଲଗାଇବାର ୫ ମିନିଟ୍ ପରେ ଭଲଭାବେ ମାଲିସ୍ କରି ଧୋଇନେବେ। ସନ୍-ଟ୍ୟାନ୍ ହେଉଥିଲେ ଏହି ପ୍ୟାକ୍ ଲଗାଇଲେ ଲାଭ ମିଳେ।
– କେଶ ଅକାଳରେ ପାଚୁଥିଲେ, କଫି ଫୁଟା ପାଣିରେ ମେହେନ୍ଦୀ ମିଶାଇ ପ୍ୟାକ୍ ଭଳି କେଶରେ ଲଗାଇବେ। ୧ ଘଣ୍ଟା ପରେ କେଶ ଥଣ୍ଡା ପାଣିରେ ଧୋଇବେ। ମାସକୁ ଥରୁଟିଏ ଏହି ପ୍ୟାକ୍ ଲଗାଇବା କେଶ ପାଇଁ ଭଲ।
– କଞ୍ଚା ଖିରରେ କଫି ମିଶାଇ କେଶରେ ଲଗାଇଲେ କେଶରୁ ରୁପି ସମସ୍ୟା ଦୂର ହେବା ସହ କେଶ ଝଡ଼ା ସମସ୍ୟା କମ୍ ହୁଏ।

Comments are closed.