ଶୀତ ଦିନେ କିପରି ନେବେ କେଶର ଯତ୍ନ

ଶୀତଦିନରେ ମାତ୍ରାଧିକ କେଶ ଝଡ଼ିବା ଏକ ପ୍ରମୁଖ ସମସ୍ୟା। ବିଶେଷଜ୍ଞଙ୍କ ମତରେ କେଶ ଝଡିବା ମୁଖ୍ୟ କାରଣ ହେଉଛି ରୁପି। ମୁଣ୍ଡରେ ରୁପି ହେବା ଦ୍ବାରା କେଶ ଅଧିକ ଝଡିଥାଏ। ଯଦି ଆପଣ ଶୀତଦିନ ପ୍ରାରମ୍ଭରୁ ହିଁ କେଶର ଯତ୍ନ ନେବେ, ତେବେ ରୁପି ସମସ୍ୟା ସହଜରେ ଦୂର ହେବ ସହ କେଶ ଝଡିବ ବନ୍ଦ ହୋଇଥାଏ।

– ରୁପି ହେଉଥିଲେ ନଖ ଉଷୁମ ନଡ଼ିଆ ତେଲରେ ଲେମ୍ବୁ ଫାଳେ ଚିପୁଡ଼ି କେଶମୂଳରେ ମାଲିସ୍ କରନ୍ତୁ। ସପ୍ତାହକୁ ୨ ରୁ୩ ଥର ଏପରି କଲେ ରୁପି ସମସ୍ୟା ଦୁର ହେବ।

– ମେଥିଦାନାରେ ନିକୋଟିନିକ୍ ଏସିଡ୍ ଓ ପ୍ରୋଟିନ୍ ପ୍ରଚୁର ପରିମାଣରେ ଥାଏ। ମେଥି ଦାନା ୨ଚାମଚକୁ ରାତିରୁ ଭିଜାଇ ରଖନ୍ତୁ। ସକାଳୁ ଏହାକୁ ବାଟି କେଶମୂଳରେ ୩୦ ମିନିଟ୍ ଲଗାଇ ଶାମ୍ପୁ କରିନେବେ। ଏହା କେଶ ମଜବୁତ୍ କରିବାରେ ସହାୟକ ହୁଏ।

– ଅଁଳା ଓ ତୁଳସୀର ଲେପ ସପ୍ତାହକୁ ଥରୁଟିଏ ଲଗାଇଲେ ମଧ୍ୟ ରୁପିରୁ ରକ୍ଷା ମିଳେ।

– ଏହା ସହ ଶୀତଦିନରେ ନିୟମିତ ଭାବେ କେଶ ସଫା କରିବା ଉଚିତ।

Comments are closed.