ଝିଅମାନଙ୍କ କେଶ ସହ ଜଡିତ କିଛି ତଥ୍ୟ

0

କିଛି ଝିଅମାନେ କେଶକୁ ବାନ୍ଧି ଅନେକ ପ୍ରକାର ରୂପ ଦେଇଥାନ୍ତି। ଏପରି କରିବା ଦ୍ୱାରା ସେମାନେ ଅଧିକ ସୁନ୍ଦର ଦେଖାଯାଇଥାନ୍ତି। କେଶ ରଖିବାର ଅନେକ ଲାଭ ରହିଛି। ସମୁଦ୍ର ଶାସ୍ତ୍ରରେ ଏହା ସମ୍ବନ୍ଧରେ ଅନେକ ତଥ୍ୟ ପ୍ରଦାନ କରାଯାଇଛି। ଝିଅମାନଙ୍କ କେଶକୁ ସାଧାରଣତଃ ତିନୋଟି ଭାଗରେ ବର୍ଣ୍ଣନା କରାଯାଇଛି। ଏହାକୁ ଗଙ୍ଗା, ଯମୁନା ଓ ସରସ୍ୱତୀଙ୍କ ପ୍ରତୀକ କୁହାଯାଇଛି। ଏପରି ମାନ୍ୟତା ଦ୍ୱାରା କେଶର ମହତ୍ତ୍ୱ ଅନେକ ରହିଛି। ବୋହୂଙ୍କ କେଶ ଦ୍ୱାରା ତାଙ୍କ ସ୍ୱାମୀ ଓ ପରିବାର ସଦସ୍ୟଙ୍କର ଉନ୍ନତି ହୋଇଥାଏ। ନବବଧୂ କେଶ ବାନ୍ଧି ରଖିବା ଦ୍ୱାରା ତାହା ଯେପରି କେଶର ମୂଳକୁ ମଜଭୂତ କରିଥାଏ ସେହିପରି ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଧ୍ୟ ଦୃଢ ରହିଥାଏ।
ବିବାହିତ ମହିଳାମାନଙ୍କୁ କେଶ ଖୋଲା ରଖିବାକୁ ବାରଣ କରାଯାଇଥାଏ। ମାନ୍ୟତା ଅନୁସାରେ ବିବାହିତ ମହିଳାମାନେ କେଶ ଖୋଲା ରଖିବା ଦ୍ୱାରା ସେମାନଙ୍କ ସ୍ୱାମୀଙ୍କ ଆୟୁଷ କ୍ଷୟ ହୋଇଥାଏ। ମହିଳାମାନେ କେଶ ବାନ୍ଧି କରି ରଖିବା ଦ୍ୱାରା ଘରର ପରିବେଶ ଶୁଭ ରହିଥାଏ। ଏହାସହ ସ୍ୱାମୀ ଓ ସ୍ତ୍ରୀଙ୍କ ସମ୍ପର୍କ ଅଧିକ ଦୃଢ ହୋଇଥାଏ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କୁଣ୍ଡଳୀରେ ବୃହସ୍ପତିଙ୍କ ଗ୍ରହ ଦଶା ଖରାପ ରହିଲେ ଝିଅମାନଙ୍କର କେଶ ଝଡିଥାଏ। ତେଣୁ କେଶ କୁଣ୍ଡାଇ କେବେ ବି ଏଣେତେଣେ ଫୋପାଡନ୍ତୁ ନାହିଁ। କେଶର ସମ୍ବନ୍ଧ ଶନି ଗ୍ରହଙ୍କ ସହ ମଧ୍ୟ ରହିଛି।

Leave A Reply