ଚୁଟି ଫାଟୁଛି କି? ଆପଣାନ୍ତୁ ଏହି ଉପାୟ

0

ଲମ୍ବା ଚୁଟି ରଖିବାକୁ ସବୁ ଝିଅଙ୍କୁ ଭଲ ଲାଗେ। ମାତ୍ର ଚୁଟି ଲମ୍ବା ହେବାରୁ ବେଳେ ତାହା ମୂଳରୁ ଫାଟିଯାଏ। ଏବଂ ଦୁଇ ମୁହାଁ ହୋଇଯାଏ। ଏପରି ହେବା ଦ୍ୱାରା ଆମକୁ ଚୁଟି କାଟିବାକୁ ପଡିଥାଏ। ଚୁଟି ଫାଟି ଦୁଇ ମୁହାଁ ହେଉଥିଲେ ଆମେ ତାର ଠିକ୍‍ ଭାବେ ଯତ୍ନ ନେବା ଉଚିତ। ଆସନ୍ତୁ ଜାଣିବା ଦୁଇ ମୁହାଁ ଚୁଟିରୁ ରକ୍ଷା ପାଇବା ପାଇଁ କ’ଣ ବ୍ୟବହାର କରିବା ଉଚିତ।ଦହି-ଅମୃତଭଣ୍ଡା:
୧୫୦ ଗ୍ରାମ ଅମୃତ ଭଣ୍ଡା ନେଇ ସେଥିରେ ଅଧା କପ ଦହି ମିଶାଇ ଭଲ ଭାବେ ପେଷ୍ଟ ପ୍ରସ୍ତୁତ କରନ୍ତୁ। ତାପରେ ତାକୁ ଚୁଟିରେ ଲଗାନ୍ତୁ। ଚୁଟିରେ ମିଶ୍ରଣଟି ଭଲ ଭାବରେ ମିଶି ଗଲା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏପରି ପ୍ରତି ଦୁଇ ସପ୍ତାହରେ ଥରେ କରନ୍ତୁ। ତାପରେ ଆପଣଙ୍କ ଚୁଟି ପୂର୍ବ ପରି ଫାଟିବ ନାହିଁ।ଅଣ୍ଡା:
ଗୋଟିଏ ପାତ୍ରରେ ଅଣ୍ଡାର ହଳଦିଆ ଅଂଶ ନିଅନ୍ତୁ। ତାପରେ ସେଥିରେ ତିନି ଚାମଚ ଅଲିଭ ତେଲ, ଗୋଟିଏ ଚାମଚ ମହୁ ମିଶାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ତାପରେ ତାକୁ ଚୁଟିରେ ଭଲ ଭାବେ ଲଗାଇ ୩୦ ମିନିଟ ଛାଡି ଦିଅନ୍ତୁ। ୩୦ ମିନିଟ ପରେ ଚୁଟିକୁ ସ୍ୟାମ୍ପୁରେ ଧୋଇ ଦିଅନ୍ତୁ। ତାପରେ ଆସ୍ତେ ଆସ୍ତେ ତଫାତ ଜାଣି ପାରିବେ।ମହୁ-ଦହି:
ଗୋଟିଏ କପ ଦହି ନେଇ ସେଥିରେ ଗୋଟିଏ ଚାମଚ ମହୁ ମିଶାଇ ଦିଅନ୍ତୁ। ସେହି ପେଷ୍ଟକୁ ଚୁଟିର ମୂଳରେ ଭଲ ଭାବେ ଲଗାଇ ଦିଅନ୍ତୁ। ୧୦-୧୫ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ତାପରେ ନିର୍ଦ୍ଦାରିତ ସମୟ ପରେ ଚୁଟିକୁ ଧୋଇ ଦିଅନ୍ତୁ।

Leave A Reply