କେଶର ରଙ୍ଗକୁ ଦୀର୍ଘ ଦିନ ରଖିବା ନିମନ୍ତେ ଆପଣାନ୍ତୁ ଏହି ଉପାୟ

0

କେଶର ରଙ୍ଗ ଧଳା ହେବାରୁ ତାହାକୁ ବାରମ୍ବାର ରଙ୍ଗ କରିବାକୁ ପଡ଼ିଥାଏ। ପାର୍ଲର ଯାଇ ବହୁ ଟଙ୍କା ଖର୍ଚ୍ଚ କରି ରଙ୍ଗ କଲେ ମଧ୍ୟ ଏହା ଅଧିକ ଦିନ ପର୍ଯ୍ୟନ୍ତ ରହି ନଥାଏ। କିଛି ଏପରି ଘରୋଇ ଉପାୟ ଅଛି ଯାହା ବ୍ୟବହାର ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ପାଇବା ପାରିବା। ଜାଣନ୍ତୁ ତାହା କ’ଣ……..
ଯେତେବେଳେ ଆପଣ କେଶରେ ରଙ୍ଗ ଲଗାଇବାର ୩ଦିନ ପର୍ଯ୍ୟନ୍ତ ସାମ୍ପୋ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ବହୁ ଅଧିକ ଦିନ ଯାଏଁ କେଶରେ ରଙ୍ଗ ରହିଥାଏ।
କେଶରେ ସାଧାରଣ ସାମ୍ପୋର ବ୍ୟବହାର କରନ୍ତୁ ନାହିଁ। ହରବଲ୍‍ ଅଥବା କେଶ ରଙ୍ଗ କରୁଥିବା ଲୋକଙ୍କ ନିମନ୍ତେ ଯେଉଁ ନିର୍ଦ୍ଦିଷ୍ଟ ସାମ୍ପୋ ଅଛି, ତାହାକୁ ବ୍ୟବହାର କଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
କେଶକୁ ସର୍ବଦା ସ୍ୱଚ୍ଛ ପାଣିରେ ସଫା କରିବା ଆବଶ୍ୟକ। ଏପରି କରିବା ଦ୍ୱାରା କେଶର ରଙ୍ଗ ଅଧିକ ଦିନ ରହିବା ସହ କେଶ ଉପୁଡ଼ି ନଥାଏ।

Leave A Reply