କେଶର ଯତ୍ନ

ମହିଳାଙ୍କ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ ଘନ କେଶ। ଯୁବତୀ ଓ ମହିଳାଙ୍କର ମୁଖ୍ୟ ସମସ୍ୟା ହେଉଛି କେଶ ଅଧିକ ପରିମାଣରେ ଝଡ଼ିବା। ବିଶେଷଜ୍ଞଙ୍କ ପରାମର୍ଶରେ ଦୈନିକ ଯୋଗ, ପ୍ରାଣାୟମ ସହ ପୋଷକତତ୍ତ୍ବ ଭରପୂର ଭୋଜନ କଲେ କେଶ ସମସ୍ୟା ଦୂର ହୋଇଥାଏ। ଚିନ୍ତା ବଢ଼ିଲେ ମଧ୍ୟ କେଶ ଝଡ଼ା ହେଉଥିବାର ଜଣାପଡ଼ିଛି। ବିଶେଷଜ୍ଞଙ୍କ ମତରେ କେତୋଟି ଦିନ ପ୍ରତି ସତର୍କ ରହିଲେ ଆମ କେଶର ଘନତ୍ବ ବଢ଼େ।
– ଅଧିକ ସମୟ ଶୀତତାପନିୟନ୍ତ୍ରିତ କକ୍ଷରେ ବସନ୍ତୁନାହିଁ। ଏୟାର କଣ୍ଡିସନର କାରଣରୁ କେଶ ମୂଳ ଦୁର୍ବଳ ହୋଇ ଝଡ଼ିବା ବୃଦ୍ଧି ପାଏ। କେବଳ ତ୍ବଚା ନୁହେଁ, ବରଂ କେଶ ମଧ୍ୟ ମଏଶ୍ଚରାଇଜର୍ ଆବଶ୍ୟକ କରେ। କାର୍ଯ୍ୟାଳୟରେ ଯଦି ଏସି ଲାଗିଥିବା କକ୍ଷରେ ଅଧିକ ସମୟ ବସିବାକୁ ପଡ଼ୁଛି, ତେବେ ନିୟମିତ ଭାବେ କେଶରେ ତେଲ ଲଗାଇବାର ଅଭ୍ୟାସ କରନ୍ତୁ।
– ୨୦୧୭ର ହୋଇଥିବା ଏକ ଅନୁଧ୍ୟାନରୁ ହିଁ ବିଶେଷଜ୍ଞ ଦଳ ଜାଣିପାରିଥିଲେ, ଏସି କକ୍ଷରେ ଅଧିକ ସମୟ ରହିଲେ ହିଁ କେଶ ଝଡ଼ା ବଢ଼ିଥାଏ। ଚେନ୍ନଇର ଏକ କମ୍ପାନୀରେ କାର୍ଯ୍ୟରତ ଅଧିକାଂଶ ବ୍ୟକ୍ତିଙ୍କର କେଶ ଝଡ଼ା, ମୁଣ୍ଡବିନ୍ଧା ସମସ୍ୟା ଉପୁଜିଥିଲା। କମ୍ପାନୀ ମୁଖ୍ୟ ଏହା ପଛର କାରଣ ଜାଣିବାକୁ ବିଶେଷଜ୍ଞଙ୍କ ସହାୟତା ଲୋଡ଼ିଲେ। ଦେଢ଼ ସପ୍ତାହ ଅନୁଧ୍ୟାନ ପରେ ତଥ୍ୟ ସାମ୍ନାକୁ ଆସିଲା। ଏସିର ତାପମାତ୍ରା କମ୍ ରଖି କର୍ମଚାରୀମାନେ ୭-୮ଘଣ୍ଟା କାମ କରୁଥିଲେ। ଉଭୟ ମହିଳା ଓ ପୁରୁଷଙ୍କଠାରେ କେଶଝଡ଼ା, ମୁଣ୍ଡବିନ୍ଧା ସମସ୍ୟା ବଢ଼ିଥିଲା। ବିଶେଷଜ୍ଞ ପରାମର୍ଶ ଦେଇଥିଲେ ଏସିର ତାପମାତ୍ରା ୨୫-୨୭ ମଧ୍ୟରେ କାମ କରିବା ଉଚିତ।
– ଏସି କକ୍ଷରେ ଅଧିକ ସମୟ ରହୁଥିଲେ, କେଶରେ ନିୟମିତ ଘରେ ତିଆରି ପ୍ୟାକ୍ ଲଗାନ୍ତୁ। ସେହି ପ୍ୟାକ୍‌ରେ ନଡ଼ିଆ ତେଲ ଓ ସୋରିଷ ତେଲ ମିଶାଇବା ନିତାନ୍ତ ଆବଶ୍ୟକ।
– ଏହା ସହ ଏସିର ପ୍ରଭାବରୁ ନିଜ କେଶକୁ ରକ୍ଷା କରିବା ପାଇଁ ଦୈନିକ ମେଥି ବତୁରା ପାଣି ପିଇଲେ ଲାଭ ମିଳେ।

Comments are closed.