କେଶର ଯତ୍ନ

ଅନ୍ୟ ଋତୁ ତୁଳନାରେ ଏଇ ଦିନେ କେଶ ସମସ୍ୟା ବୃଦ୍ଧି ପାଏ। କେଶ ଝଡ଼ା, ରୁପି ଅଧିକାଂଶ ଯୁବତୀ ଓ ମହିଳାଙ୍କ ପ୍ରଧାନ ଅସୁବିଧା ବୋଲି ଜଣାପଡ଼ିଛି। କେଶର ଯତ୍ନ ଘରୋଇ ଉପାୟରେ ନେବା ଉଚିତ।
– ପ୍ରତି ସପ୍ତାହରେ ଅନ୍ତତଃ ଥରେ କେଶ ବାମ୍ଫ ନିଅନ୍ତୁ। ପାର୍ଲରରେ ଏସବୁ ଉପଚାର ନ କରି ବରଂ ଘରେ କରିବା ଉଚିତ।
– କଞ୍ଚା ଖିରକୁ କେଶମୂଳରେ ଲଗାଇ ୨୦ ମିନିଟ୍ ପରେ ଶ୍ୟାମ୍ପୁ କରିନେବେ। ଏହି ଉପାୟରେ କେଶ ମୂଳ ଦୃଢ଼ ହୋଇଥାଏ।
– ଲେମ୍ବୁରସରେ ଗୋଲାପଜଳ ଓ ମହୁ ମିଶାଇ ସେହି ପ୍ୟାକ୍୍‌କୁ ୧୫ ମିନିଟ୍ ପାଇଁ କେଶମୂଳରେ ଲଗାନ୍ତୁ। ଏପରି କଲେ କେଶର ରୁପି ସମସ୍ୟା ଦୂର ହୁଏ।
– ବର୍ଷାଦିନେ କେଶ ସମସ୍ୟାର ଅନ୍ୟତମ ଉପଚାର ହେଉଛି ଆପଣ ଖାଦ୍ୟ ତାଲିକା ପ୍ରସ୍ତୁତ କରି ଭୋଜନ କରିବା ଉଚିତ। ସବୁଜ ପନିପରିବା ତରକାରି ଓ ସାଲାଡ୍ ଖାଇଲେ ଏହାର ଉତ୍ତମ ପ୍ରଭାବ କେଶ ଉପରେ ପଡ଼ିଥାଏ।

Comments are closed.