ଗ୍ୟାଙ୍ଗଷ୍ଟର ହାଇଦର କଟକ ଏସ୍‌ସିବି ମେଡ଼ିକାଲ୍‌ରୁ ଫେରାର୍‌

ଭୁବନେଶ୍ବର: ଗ୍ୟାଙ୍ଗଷ୍ଟର ହାଇଦର ଏସ୍‌ସିବି ମେଡ଼ିକାଲ୍‌ରୁ ଫେରାର୍‌ ହୋଇଥିବା ସୂଚନା ମିଳିଛି। ସୁରକ୍ଷାକର୍ମୀଙ୍କୁ ନିଶା ଦେଇ କିଛି ସମୟ ପୂର୍ବରୁ ହାଇଦର ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି। ୧୨ଦିନ ତଳେ ଏସ୍‌ସିବିରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲା ହାଇଦର। ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍‌ସିବି ମେଡ଼ିକାଲ୍‌ରୁ ଫେରାର୍‌ ହୋଇଯାଇଥିଲା ହାଇଦର। ବୁର୍ଲା ମେଡ଼ିକାଲ୍‌ରୁ ରେଫର ହୋଇ ହାଇଦର କଟକ ଏସ୍‌ସିବି ଆସିଥିଲା ଏବଂ ଚିକିତ୍ସିତ ହେଉଥିଲା। ହାଇଦର ଜଣେ କୁଖ୍ୟାତ ଅପରାଧୀ ଏବଂ ଗ୍ୟାଙ୍ଗଷ୍ଟର। ସୁଲେମାନ ହତ୍ୟାକାଣ୍ଡରେ ସେ ସମ୍ପୃକ୍ତି ଥିଲା। ଚିକିତ୍ସାଧୀନ ଅବସ୍ଥାରେ ହାଇଦର କିଭଳି ଚମ୍ପଟ ମାରିଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ପୁଲିସ କିମ୍ବା ଏସ୍‌ସିବି କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ କିଛି ସୂଚନା ଦିଆଯାଇ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଏସ୍‌ସିବି ମେଡ଼ିକାଲ୍ କଲେଜ ପକ୍ଷରୁ ଅଭିଯୋଗ କରାଯାଇନାହିଁ।

Comments are closed.