ହାଫିଜ ବିରୋଧରେ ଇଡିର ଅଭିଯୋଗ ଫର୍ଦ

ନୂଆଦିଲ୍ଲୀ : ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ପ୍ରତିଷ୍ଠାତା ହାଫିଜ ସଇଦ ଓ ଏହାର ପାକିସ୍ତାନ ସହଯୋଗୀଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗୁରୁବାର ଅଭିଯୋଗଫର୍ଦ ଦାଖଲ କରିଛି। ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଇବା ଅଭିଯୋଗରେ ଇଡି ଏହି ଅଭିଯୋଗଫର୍ଦ ଦାଖଲ କରିଛି। ଏନଆଇଏର ଅଭିଯୋଗ ଆଧାରରେ ଇଡି ହାଫିଜ ସଇଦ ଓ ଏହାର ସହଯୋଗ ମହମ୍ମଦ ସଲମାନ, ସଇଦ ମହମ୍ମଦ ଓ ମହମ୍ମଦ ସଲିସ୍ ଓରଫ ମାମା ବିରୋଧରେ ଅଭିଯୋଗଫର୍ଦ ଦାଖଲ କରିଛି। ମହମ୍ମଦ ସଲିମ ହେଉଛି ସ୍ଥିତ ହାୱଲା ଡିଲର। ଏହାର ମାଧ୍ୟମରେ ହାଫିଜ ଭାରତରେ ପ୍ରାୟୋଜିତ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଇ ଥାଏ।

Comments are closed.