ଫେଲ ମାରିଲା ଟ୍ୱିଟର : ବିଶ୍ବର ବଡ଼ ନେତା ତଥା ବ୍ୟବସାୟୀଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ୍

ନୂଆଦିଲ୍ଲୀ : ଫେଲ ମାରିଲା ଟ୍ୱିଟର। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଅମାଜନ ସିଇଓ ଜେଫ ବେଜୋଶ, ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟସ, ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ, ଟେସଲା ସିଇଓ ଏଲୋନ୍ ମସ୍କ, ଓ ବିଶ୍ୱର ଅନ୍ୟ ବଡ ନେତାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଥିବା ଜଣାପଡିଛି।
କ୍ରିପ୍ଟୋକ୍ୟୁରେନ୍ସି ସ୍କାମ ପାଇଁ ଅନେକ ହାଇ-ପ୍ରୋଫାଇଲ୍ ଟ୍ୱିଟର ଆକାଉଣ୍ଟ ଏକ ସମୟରେ ହ୍ୟାକ୍ ହୋଇଥିବା ଜଣାପଡିଛି । ତେବେ ଟ୍ୱିଟର କହିଛି ଯେ ଏହା ତାଙ୍କ ପାଇଁ କଷ୍ଟକର ଦିନ ଏବଂ ସେ ଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ କାର୍ୟ୍ୟ କରୁଛନ୍ତି।

Comments are closed.