କୋଇଲା ଖଣି ବଣ୍ଟନ ହେରଫେର୍‍ ମାମଲା ; ଏଚ୍‍.ସି. ଗୁପ୍ତା ଦୋଷୀ ସାବ୍ୟସ୍ତ

0

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ କୋଇଲା ଖଣି ବଣ୍ଟନ ହେରଫେର୍‍ ମାମଲାରେ ଦୁର୍ନୀତି ଓ ଅପରାଧ ଷଡ଼ଯନ୍ତ୍ର ଅଭିଯୋଗରେ ଦିଲ୍ଲୀର ଏକ ଅଦାଲତ ପୂର୍ବତନ କୋଇଲା ସଚିବ ଏଚ୍‍.ସି. ଗୁପ୍ତାଙ୍କୁ ଶୁକ୍ରବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ଶ୍ରୀ ଗୁପ୍ତାଙ୍କ ବ୍ୟତୀତ’ ଘରୋଇ ଫାର୍ମ ବିକାଶ ମେଟାଲସ ଆଣ୍ଡ ପାୱାର ଲିମିଟେଡ, କୋଇଲା ମନ୍ତ୍ରଣାଳୟରେ ପୂର୍ବତନ ଯୁଗ୍ମ ସଚିବ କେ.ଏସ୍‍. କ୍ରୋଫା ଓ ତତ୍କାଳୀନ ନିର୍ଦ୍ଦେଶକ କେ.ସି. ସାମରିଆଙ୍କୁ ମଧ୍ୟ ସ୍ୱତନ୍ତ୍ର ସିବିଆଇ ଜଜ୍‍ ଭରତ ପରାଶର୍‍ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଅଦାଲତ ଫାର୍ମର ପରିଚାଳନା ନିର୍ଦ୍ଦେଶକ ବିକାଶ ପଟ୍ଟନୀ ଓ ଅନ୍ୟତମ ଅଧିକାରୀ ଆନନ୍ଦ ମଲ୍ଲିକ୍‍ଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରିଛନ୍ତି। ପଶ୍ଚିମବଙ୍ଗର ମଧୁଯୋଡେ ଉତ୍ତର ଓ ଦକ୍ଷିଣ ଏବଂ ମୋଇରା କୋଇଲା ଖଣି ବଣ୍ଟନ ଅନିୟମିତତା ସହ ସେମାନେ ଜଡ଼ିତ ଥିଲେ। ୨୦୧୨ ସେପ୍ଟେମ୍ବର ମାସରେ ସିବିଆଇ ଏହି ମାମଲାରେ ଏଫ୍‍ଆଇଆର୍‍ ରୁଜ୍ଜୁ କରିଥିଲା। ସମସ୍ତ ୫ ଜଣଯାକ ଦୋଷୀ ବ୍ୟକ୍ତିଙ୍କୁ ଅଦାଲତ ହାଜତକୁ ପଠାଇ ଦେଇଛନ୍ତି। ଆସନ୍ତା ୩ ତାରିଖରେ ସେମାନଙ୍କର ଦଣ୍ଡାଦେଶ ଉପରେ ଶୁଣାଣି ହେବ।

Leave A Reply