ବେଣୁଗୋପାଳ ଶର୍ମା ରାଜସ୍ୱ ପର୍ଷଦ ସଭ୍ୟ ନିଯୁକ୍ତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି। ଶୁକ୍ରବାର ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ କେନ୍ଦ୍ରୀୟ ଡେପୁଟେସନରୁ ନିକଟରେ ଫେରିଥିବା ୧୯୮୬ ବ୍ୟାଚର ଆଇଏଏସ୍‍ ଜି. ଭି. ବେଣୁଗୋପାଳ ଶର୍ମାଙ୍କୁ ରାଜସ୍ୱ ପର୍ଷଦ ସଭ୍ୟ ଭାବେ ନିଯୁକ୍ତ କରାଯାଇଛି। ସେହିପରି ୧୯୮୮ ବ୍ୟାଚର ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ତଥା ରାଜସ୍ୱ ପର୍ଷଦ ସଭ୍ୟ ସି. ଜେ ବେଣୁଗୋପାଳଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଭାବେ ବଦଳି କରାଯାଇଛି।

ଶ୍ରୀ ବେଣୁଗୋପାଳ ଏବେ କେବିକେ ମୁଖ୍ୟ ପ୍ରଶାସକ ଦାୟିତ୍ୱ ସହିତ ରାଜ୍ୟ ସରକାରଙ୍କ ମୁଖ୍ୟ ଆବାସିକ ଆୟୁକ୍ତ(ନୂଆଦିଲ୍ଲୀ) ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେହିପରି ୧୯୮୬ ବ୍ୟାଚର ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସୁଦର୍ଶନ ପାଲ ଠାକୁର କେବିକେ ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଅଛନ୍ତି। ଶ୍ରୀ ବେଣୁଗୋପାଳ ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ଠାକୁର ଉକ୍ତ ପଦ ଛାଡିବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

Comments
Loading...