ଗୌହାଟୀ-ବିକାନେର ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ : ୩ ମୃତ

୧୨ଟି ବଗି ଲାଇନଚ୍ୟୁତ

ଜଲପାଇଗୁଡି : ଗୌହାଟୀ- ବିକାନେର ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି ଓ ଲୋକ ଆହତ ହୋଇଛନ୍ତି । ପଶ୍ଚିମବଙ୍ଗର ଜଲପାଇଗୁଡି ନିକଟ ମୈନାଗୁଡିରେ ଏହାର ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ବିକାନେରରୁ ଗୌହାଟୀ ଯାଉଥିବା ବିକାନେର ଏକ୍ସପ୍ରେସ ଗୁରୁବାର ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ  କିଛି ଲୋକ ଆହତ ହୋଇଥିବ ଜଣାପଡିଛି । ଆହତମାନଙ୍କୁ ସ୍ଥାନୀୟ ଲୋକ ଓ ପୁଲିସ ସହାୟତାରେ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଘଟଣାସ୍ଥଳରେ ୫୧ଟି ଆମ୍ବୁଲାନ୍ସ ପହଞ୍ଚିଛି । ରେଳବାଇ ବୋର୍ଡ ଅଧ୍ୟକ୍ଷ ଘଟଣାସ୍ଥଳକୁ ଯାତ୍ରା କରିଛନ୍ତି । ସେହିପରି ଜଲପାଇଗୁଡି ଅଭିମୁଖେ ୨ଟି ଏନଡିଆରଏଫ ଟିମ୍ ଯାତ୍ରା ଆରମ୍ଭ କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ଘଟଣା ସଂପର୍କରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହିତ ଆଲୋଚନା କରିଛନ୍ତି।

Comments are closed.