ଓମଫେଡ ଗାଡିରେ ଗୁଟକା ଚାଲାଣ – ହୋଲସେଲରକୁ ମୋଟା ଫାଇନ

ସମ୍ବଲପୁର: ଓମଫେଡ ଗାଡି ମଧ୍ୟରେ ଚୋରାରେ ପାନ ମସଲା ଗୁଟକା ଚାଲାଣ ମାମଲାରେ ଗୁଟକା ହୋଲସେଲକୁ ମୋଟା ଅଙ୍କର ଫାଇନ କଟାଯାଇଥିବାର ସୂଚନା ମିଳିଛି। ପ୍ରାପ୍ତସୁଚନାନୁଯାୟୀ, ସୋମବାର ଧନୁପାଲି ଥାନା ଅର୍ନ୍ତଗତ କୁମ୍ଭାରପଡା ଅଞ୍ଚଳରୁ ଏକ ଓମଫେଡ ଗାଡି (ଓଆର-୧୫-ଏନ-୮୩୯୭) ଗୋଶାଳା ଯାଉଥିବା ସମୟରେ ବିଶ୍ୱସ୍ତସୂତ୍ରରୁ ଖବର ପାଇଁ ପୁଲିସ ଚଢ଼ଉ କରିଥିଲା। ପୁଲିସ ଯାଞ୍ଚ ସମୟରେ ଓମଫେଡର କଣ୍ଟେନର ମଧ୍ୟରେ ଚୋରାରେ ବିଭିନ୍ନ ପ୍ରକାରର ଗୁଟକା ଲୁଚାଛୁପା ଭାବରେ ଚାଲାଣ କରାଯାଉଥିଲା। ପୁଲିସ ଚାଳକ ଶ୍ରୀନିବାସ ରାଓକୁ ଗିରଫ କରି ସମସ୍ତ ଗୁଟକା ଗୁଡିକୁ ଜବତ କରିଥିଲା। ପ୍ରାଥମିକ ଆକଳନରେ ପ୍ରାୟ ୮ ଲକ୍ଷ ଟଙ୍କାର ଗୁଟକା ଥିବାର ଅନୁମାନ କରାଯିବା ପରେ ପୁଲିସ ପକ୍ଷରୁ ଏ ନେଇ ଜିଏସଟି ବିଭାଗକୁ ଖବର ଦିଆଯାଇଥିଲା। ଏଣୁ ଜିଏସଟି ବିଭାଗର ସ୍ୱତନ୍ତ୍ର ଦଳ ମଙ୍ଗଳବାର ଘଟଣାର ଯାଞ୍ଚ ପରେ କୁମ୍ଭାରପଡା ନିବାସୀ ପାନ ମସଲା ଗୁଟକା ହୋଲସେଲର ବିକାଶ ପଣ୍ଡାଙ୍କୁ ୬ ଲକ୍ଷ ୯୪ ହଜାର ଟଙ୍କା ଫାଇନ କରି ମୋଟା ଅଙ୍କରର ଜରିମାନା ଆଦାୟ କରାଯାଇଛି। ଅନ୍ୟ ପଟରେ ଓମଫେଡରେ ଭଡାରେ ଲାଗିଥିବା ଏକ ଗାଡି ମାଧ୍ୟମରେ ବେଆଇନ ଭାବରେ ଗୁଟକା ଚାଲାଣ ସର୍ମ୍ପକରେ ସୂଚନା ଦେବା ସହିତ ଏ ନେଇ ବିହିତ ପଦକ୍ଷେପ ନେବା ପାଇଁ ପୁଲିସ ଓମଫେଡ କତ୍ତୃପକ୍ଷଙ୍କୁ ଚିଠି ଲେଖି ଜଣାଇଛି।

Comments are closed.