ଗୁରୁପୂର୍ଣ୍ଣିମା : ଗୁରୁ ତୁମକୁ ଶତକୋଟି ପ୍ରଣାମ

‘’ଗୁରୁ ଅଟନ୍ତି ସବୁଠାରୁ ମହାନ
ସଭିଁଙ୍କୁ ସେ ଦେଇଥାଆନ୍ତିି ଜ୍ଞାନ’’।
ଜୁଲାଇ ୫ ଗୁରୁପୂର୍ଣ୍ଣିମା ପର୍ବ। ଏହିଦିନ ବିଶେଷ କରି ନିଜ ଗୁରୁଙ୍କ ପ୍ରତି ଆସ୍ଥା ଓ ଭକ୍ତି ଜ୍ଞାପନ କରାଯାଇଥାଏ। ହିନ୍ଦୁ ପୁରାଣ ଅନୁଯାୟୀ ଆଷାଢମାସର ପୂର୍ଣ୍ଣିମା ତିଥିରେ ହିଁ ଗୁରୁପୂର୍ଣ୍ଣିମା ପାଳନ କରାଯାଇଥାଏ। ଏହିଦିନ ବିଧିପୂର୍ବକ ଗୁରୁଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ଏହି ପୂର୍ଣ୍ଣିମାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଏହିଦିନ ୪ବେଦର ରଚୟିତା ଓ ମହାଭାରତ ଭଳି ମହାକାବ୍ୟର ରଚନା କରିଥିବା ବେଦ ବ୍ୟାସଙ୍କ ଜୟନ୍ତୀ ରୂପରେ ମଧ୍ୟ ଏହାକୁ ପାଳନ କରାଯାଏ।୪ ବେଦ, ୧୮ ପୁରାଣ,ମହାଭାରତ, ଅନ୍ୟ ବହୁ ଗ୍ରନ୍ଥ ରଚନାର ଶ୍ରେୟ ମହର୍ଷି ବେଦ ବ୍ୟାସଙ୍କୁ ଦିଆଯାଇଛି।
ଗୁରୁପୂର୍ଣ୍ଣିମା ଦିନ ନିଜ ଗୁରୁଙ୍କ ଓ ଘରର ଗୁରୁଜନଙ୍କ ଆଶୀର୍ବାଦ ନେବା ଉଚିତ। ଏହି ଦିନ ଗୁରୁଙ୍କୁ ପୂଜା କରିବାର ମଧ୍ୟ ପରମ୍ପରା ରହିଛି।

Comments are closed.