ବିପଦ ସଂକେତ ଉପରେ ଗୁରୁପ୍ରିୟା

0

ମାଲକାନଗିରି: ଗୁରୁପ୍ରିୟା ସେତୁ ଉଦଘାଟନର ଏକ ମାସ ମଧ୍ୟରେ ନଦୀର  ଜଳସ୍ତର ବିପଦ ସଂକେତ ଟପିଛି   ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଜଳସ୍ତର ସମ୍ପୂର୍ଣ୍ଣ ବୃଦ୍ଧି ପାଇଥିବା ବେଳେ ଗୁରୁପ୍ରିୟା ସେତୁରେ ଜଳସ୍ତର ବିପଦ ସଂକେତ ଟପିଛି । ହେଲେ ଏନେଇ କୌଣସି ଆତଙ୍କିତ ହେବାର ନାହିଁ ବୋଲି ବିଭାଗୀୟ କର୍ତ୍ତୃପକ୍ଷ କହିଛନ୍ତିା ସେହିପରି ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଜଳ ଧାରଣା କ୍ଷମତା ୧୫୧୬ ଥିବା ବେଳେ ବର୍ତ୍ତମାନ ଏହା ୧୫୦୯ ଫୁଟରେ ପହଂଚିଛିା ଏଥିନେଇ ତଳିଆ ଅଂଚଳର ଜଳ ଓ ମାଛକୁଣ୍ଡ, କୋଲାବର ଜଳ ପ୍ରବେଶ କରିଥିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛିା ଅନ୍ୟ ପକ୍ଷରେ ପୋଟେରୁ ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଧିକାରୀ ଶୈଳେନ୍ଦ୍ର ନାରାୟଣ ଦାସ କହିଛନ୍ତି ଯେ ବର୍ତ୍ତମାନ ଚିତ୍ରକୋଣ୍ଡା ଜଳ ଭଣ୍ଡାରର ବିପଦ ସଂକେତ ଟପିବାକୁ ଆଉ ଛଅପୁଟ ବାକି ଥିବା ବେଳେ ଆଜି କିମ୍ବା ଆସନ୍ତା କାଲି ଗେଟ୍ ଖୋଲିବା ନେଇ ଆଲୋଚନା ଚାଲିଛିା ବର୍ତ୍ତମାନ ସୁଦ୍ଧା ୧୫୦୯.୬ କୁ ଜଳସ୍ତର ବୃଦ୍ଧି ପାଇଥିବା ବେଳେ ଆଗାମୀ ଦିନରେ ଜଳସ୍ତର ଆହୁରି ଅଧିକ ବୃଦ୍ଧି ହେବାର ଆଶଙ୍କା ସୃଷ୍ଟି ହୋଇଛି। ମାଛକୁଣ୍ଡ ଓ କୋଲାବର ଗେଟ୍ ଖୋଲିବା ପରେ ଏହାର ବଳକା ଜଳ ଚିତ୍ରକୋଣ୍ଡା ଜଳ ଭଣ୍ଡାର ମଧ୍ୟରେ ପ୍ରବେଶ କରିବ। ତେବେ ଏନେଇ ଜଳସମ୍ପଦ ବିଭାଗ ପ୍ରମୁଖ ବି.କେ. ଜେନାଙ୍କ ସହ ଆଲୋଚନା କରା ଯାଇଥିବା ବେଳେ ଆନ୍ଧ୍ର ପ୍ରଦେଶ ସିଲେରୁ ବିଦ୍ୟୁତ୍ କେନ୍ଦ୍ର ପ୍ରକଳ୍ପ ଏ.ପି.ଜେନ୍ କୋ ର ମୁଖ୍ୟ ଯନ୍ତ୍ରୀ, ପି.ଆଇ.ପି. ର ମୁଖ୍ୟ ଯନ୍ତ୍ରୀ, ବାଲିମେଳା ଜଳ ଓ ବିଦ୍ୟୁତ ପ୍ରକଳ୍ପର ମଖ୍ୟ ଯନ୍ତ୍ରୀ ପ୍ରମଖ ମିଳିତ ଆନ୍ତଃରାଜ୍ୟ ଜଳ ବଣ୍ଟନ କମିଟି ଦ୍ୱାରା ଆଲୋଚନା କରା ଯାଇ ନିଷ୍ପତି ନିଆ ଯିବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତିା

 

Leave A Reply