ଗୁରୁପ୍ରିୟା ସେତୁର ଲୋକାର୍ପଣ ଆଜି

0

ମାଲକାନଗିରି : ବହୁ ପ୍ରତିକ୍ଷିତ ଗୁରୁପ୍ରିୟା ସେତୁର ଲୋକାର୍ପଣ ଆଜି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ। ଏହି ସେତୁ ଦ୍ୱାରା ବିଚ୍ଛିନ୍ନାଞ୍ଚଳର ୧୫୧ ଟି ରାଜସ୍ୱ ଗ୍ରାମର ପ୍ରାୟ ୨୦ ହଜାରରୁ ଅଧିକ ଲୋକେ ଜଳ ବନ୍ଦିରୁ ମୁକ୍ତି ପାଇବେ। ଏହି ଲୋକାର୍ପଣ ଉତ୍ସବ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଏହି ସେତୁ ପାଇଁ ୧୭୨ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଥିବା ବେଳେ ବାରମ୍ବାର ଏହାର ପାଇଲ ଭୂଷୁଡ଼ି ପଡ଼ିବା, ମାଓ ଭୟ, ଟେଣ୍ଡର ବାତିଲ ଏବଂ ଅନ୍ୟାନ୍ୟ କାରଣରୁ ବ୍ୟୟ ଅଟକଳ ୧୮୨ କୋଟି ଟଙ୍କାରେ ପହଞ୍ଚିଲା।
ତେବେ ଏହି ଗସ୍ତ ଅବସରରେ ମୂଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ୩ ଶହ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ନୂତନ କୋଠାକୁ ଉଦଘାଟନ କରିବା ସହିତ ସ୍ଥାନୀୟ ଷ୍ଟାଡିୟମଠାରେ ଏକ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ପୂର୍ବରୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଗୁରୁବାର ମାଲକାନଗିରି ଜିଲ୍ଲା ଗସ୍ତ କରି ଗୁରୁପ୍ରିୟା ସେତୁ ପରିଦର୍ଶନ କରିବା ସହ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ  କରିଛନ୍ତି। ଡଃ.ଶର୍ମା ଏକ ହେଲିକେପ୍ଟର ଯୋଗେ ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଜାନବାଈ ବି.ଏସ.ଏଫ କ୍ୟାମ୍ପଠାରେ ଅବତରଣ କରିଥିଲେ। ପରେ ସେ ଗୁରୁପ୍ରିୟା ସେତୁ ପରିଦର୍ଶନ କରି ଏହାର ଚତୁଃପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।

Leave A Reply