ଦୁଷ୍କର୍ମ ପରେ ପୀଡିତାଙ୍କୁ ଏଚଆଇଭି ଇଞ୍ଜେକଶନ ଦେଲେ ଅଭିଯୁକ୍ତ

ଗୁରୁଗ୍ରାମ: ଗୁରୁଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ ନାମକ ଜଣେ ଯୁବକ ଦୁଷ୍କର୍ମ କରିବା ପରେ ପୀଡିତାଙ୍କୁ ଏଚଆଇଭି ଇଞ୍ଜେକଶନ ଦେଇଥିବା ଅଭିଯୋଗ ହୋଇଛି। ନ୍ୟାୟ ପାଇବା ପାଇଁ ପୀଡିତା ଜଣଙ୍କ ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି।

ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ଗୁରୁଗ୍ରାମର ମଥୁରା ନିକଟବର୍ତ୍ତୀ ଅଞ୍ଚଳରେ ଯୁବତୀଙ୍କୁ ପ୍ରଥମେ ଦୁଷ୍କର୍ମ କରାଯାଇଥିଲା। ପୀଡିତାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିବାର ଧମକ ଦେଇ ଅଭିଯୁକ୍ତ ଜଣଙ୍କ ବାରମ୍ବାର ତାଙ୍କ ଦୁଷ୍କର୍ମ କରିଥିଲା। ପରେ ପୀଡିତା ଜଣଙ୍କ ଗର୍ଭବତୀ ହେବାରୁ ଅଭିଯୁକ୍ତ ତାଙ୍କୁ ଏଚଆଇଭି ଇଞ୍ଜେକଶନ ଦେଇଥିଲା। ଏହାକୁ ପୀଡିତା ବିରୋଧ କରିବାରୁ ଅଭିଯୁକ୍ତ ତାଙ୍କୁ ମାଡ ମାରିଥିଲେ। କୌଣସିମରେ ପୀଡିତା ଅଭିଯୁକ୍ତଙ୍କ କବଳରୁ ଖସି ଆସି ମହିଳା ଥାନାରେ ଏଫଆଇଆର ଦେଇଛନ୍ତି।

Comments are closed.