ହସ୍ପିଟାଲ ଆଇସିୟୁରେ ପୀଡ଼ିତାଙ୍କୁ ବଳାତ୍କାର

ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମସ୍ଥିତ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧୀନ ୨୧ବର୍ଷୀୟା ଯୁବତୀଙ୍କୁ ସେଠାକାର କର୍ମଚାରୀ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଗୁରୁତର ଯକ୍ଷ୍ମା ଓ ଶ୍ବାସପ୍ରଶ୍ବାସଜନିତ ରୋଗ​ରେ ପୀଡ଼ିତ ଯୁବତୀ ଏ ସମ୍ପର୍କରେ ତାଙ୍କ ବାପାଙ୍କୁ ଚିଠିଲେଖି ଜଣାଇବା ପରେ ଘଟଣା ସାମ୍ନାକୁ ଆସିଛି। ପରିବାର ପକ୍ଷରୁ ସୁଶାନ୍ତ ଲୋକ୍‌ ଥାନାରେ ଅଭିଯୋଗ ହୋଇଛି। ପୀଡ଼ିତା ଗତ ସପ୍ତାହେ ଧରି ସମ୍ପୃକ୍ତ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ବଳାତ୍କାର ସମୟରେ ସେ ଚେତାଶୂନ୍ୟ ଥିଲେ ଏବଂ ଚେତା ଫେରିପାଇବା ପରେ ତାଙ୍କୁ ଭେଟିବାକୁ ଯାଇଥିବା ବାପାଙ୍କୁ ଘଟଣା ସମ୍ପର୍କିତ ଚିଠିଟି ଧରାଇଥିଲେ। ଡାକ୍ତରଖାନା ପକ୍ଷରୁ ଅଭିଯୁକ୍ତକୁ ଠାବ କରାଯାଇଥିବା ପୁଲିସକୁ କୁହାଯାଇଛି। ଏହା ସତ୍ତ୍ବେ ଅଭିଯୁକ୍ତ ଗିରଫ ହୋଇ ନାହିଁ।

Comments are closed.