ଗୁରୁଡିଝାଟିଆରେ ନୂତନ ଥାନା ଅଧିକାରୀ କେବେ?

ଗୁରୁଡିଝାଟିଆ: ଗୁରୁଡିଝାଟିଆ ଥାନାରେ ନୂତନ ଥାନା ଅଧିକାରୀ ନିଯୁକ୍ତି ହେବ କେବେ ତାହା ସାଧାରଣରେ ଆଲୋଚନା ହେଉଛି। ଇନ୍ସପେକ୍ଟର ସମୀର କୁମାର ପଣ୍ଡାଙ୍କ ଡିଏସପି ପଦବୀକୁ ପଦୋନ୍ନତି ହୋଇଛି। ଶ୍ରୀ ପଣ୍ଡା ଗତ ୧ ସପ୍ତାହ ହେଲା କଟକସ୍ଥିତ ନୂତନ କାର୍ଯ୍ୟାଳୟରେ ଡିଏସପି ଭାବରେ ଯୋଗଦାନ କରିଛନ୍ତି। ହେଲେ ସପ୍ତାହ ବିତିଯାଇଥିଲେ ମଧ୍ୟ ଥାନାକୁ କୌଣସି ଅଧିକାରୀ ନୂତନ ଭାବରେ ନିଯୁକ୍ତି ପାଇନଥିବାରୁ ଖୁଣ୍ଟୁଣୀ ଥାନା ଅଧିକାରୀ ସୁଚିତ୍ରବୀର୍ଯ୍ୟ ଦାସ ଅତିରିକ୍ତ ଭାବରେ ଗୁରୁଡିଝାଟିଆର ଥାନା ଅଧିକାରୀ ଭାବରେ ଦାୟିତ୍ୱ ବୁଝୁଛନ୍ତି। ଗୁରୁଡିଝାଟିଆ ଥାନା ଅଧିନରେ କେତେକ ଶିଳ୍ପ ପ୍ରତିଷ୍ଠାନ, ଧବଳେଶ୍ୱର ପୀଠ, ଜାତୀୟ ରାଜପଥ ରହିଛି। ସହଜେ ଏବେ କରୋନା କାଳ। ଗ୍ରାମାଞ୍ଚଳରେ ଦିନକୁ ଦିନ କରୋନା ବ୍ୟାପିଥିବାରୁ ଜଟିଳ ଅବସ୍ଥା ଦେଖାଦେଇଛି। ଏହି ଥାନା ଅନ୍ତର୍ଗତ କୁମାରପୁର, ଛଅଗାଁ,ବାଳି, ଗୋବରା, ବ୍ରାହ୍ମଣବସ୍ତ, କପୁରସିଂ ଓ କୁଷ୍ପଙ୍ଗି କରୋନାର ପଞ୍ଝା ଭିତରେ ରହିଛି। ଉକ୍ତ ଗାଁଗୁଡିକରେ କରୋନା ସ୍ଥିତି ବେଶ ଉଦବେଗଜନକ। ଏସବୁ ସତ୍ତେ୍ୱ ଏବେବି ଗାଁ ଗହଳିରେ ମଣ୍ଡପ ଉପରେଚାଲିଛି ତାସଖେଳ, ମନ୍ଦିରରେ ଭକ୍ତମାନଙ୍କ ଭିଡହେଉଛି, ମେଳା ମହୋତ୍ତବ ମଧ୍ୟ ଚାଲୁରହିଛି। ଏହାକୁ ଦମନ କରି ଲୋକମାନଙ୍କୁ ଠିକଣାବାଟକୁ ଆଣିବା ନିମନ୍ତେ ନୂତନ ଥାନା ଅଧିକାରୀଙ୍କ ଯୋଗାଦାନ ଏକାନ୍ତ ଆବଶ୍ୟକ। ରାଜ୍ୟ ସରକାର ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁରୁଡିଝାଟିଆ ଥାନାରେ ନୂତନ ଥାନା ଅଧିକାରୀ ନିଯୁକ୍ତି ପାଇଁ ସାଧାରଣରେ ଦାବି ହୋଇଛି।

Comments are closed.