ମାଟ୍ରିକ ମେଧାବୀଙ୍କୁ ଜିଲ୍ଲା ପରିଷଦ ସଦସ୍ୟଙ୍କ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ:ଚଳିତ ମାଟ୍ରିକ ପରୀକ୍ଷାରେ ଆଠଗଡ ବ୍ଲକରେ ୩ୟ ସର୍ବାଧିକ ନମ୍ବର ରଖି ଗୁରୁଡିଝାଟିଆ ଉଚ୍ଚ ବିଦ୍ୟାଳୟର ଛାତ୍ର ତିରୁପତି ନାୟକଙ୍କୁ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ କେଶବ ଚନ୍ଦ୍ର ଦଳାଇ ଭେଟି ସମ୍ବର୍ଦ୍ଧନା ପ୍ରଦାନ କରିବା ସହିତ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ପ୍ରକାଶଯୋଗ୍ୟ ତିରୁପତି ଜଣେ ମେଧାବୀ ଛାତ୍ର। ଚଳିତ ମାଟ୍ରିକ ପରୀକ୍ଷା ଏୱାନରେ ଉତୀନ୍ନ ହୋଇ ସ୍ଥାନୀୟ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ପୀଠାଖିଆ ଗ୍ରାମର ତାପସ କୁମାର ନାୟକ ଙ୍କ ସୁପୁତ୍ର ତିରୁପତିଙ୍କର ଏଭଳି ସଫଳତା ଆମ ଅଞ୍ଚଳର ଶିକ୍ଷା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିବ ବୋଲି ଜିଲ୍ଲାପରିଷଦ ସଦସ୍ୟ ଶ୍ରୀ ଦଳାଇ ପ୍ରକାଶ କରିଥିଲେ। ଏହି କାର୍ୟ୍ୟକ୍ରମରେ ତିରୁପତିଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ।

Comments are closed.