ଗୁରୁଡ଼ିଝାଟିଆ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ

ଗୁରୁଡ଼ିଝାଟିଆ: ଅବାଧ ଓ ନିରପେକ୍ଷ ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁଡ଼ିଝାଟିଆ ପୋଲିସ ପକ୍ଷରୁ ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ଭୋଟ ଗ୍ରହଣ କେନ୍ଦ୍ରରେ ପଇଁତରା ମରାଯାଇଛି। ଚୌଦ୍ୱାର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସତ୍ୟବ୍ରତ ଲେଙ୍କା, ଗୁରୁଡ଼ିଝାଟିଆ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନଙ୍କ ନେତୃତ୍ୱରେ ଗୋବରା, ଛଅଗାଁ, ଗୁରୁଡ଼ିଝାଟିଆ, ଓରନ୍ଦା, ବାଳି, ବ୍ରାହ୍ମଣବସ୍ତ ଓ ମଞ୍ଚେଶ୍ୱର ଆଦି ଗାଁମାନଙ୍କରେ ସଶସ୍ତ୍ର ପୋଲିସ ପଇଁତରା ମାରିଛନ୍ତି। ପଞ୍ଚୟତ ନିର୍ବାଚନକୁ ଅବାଧ, ଭୟଶୂନ୍ୟ କରିବା ପାଇଁ ପୁଲିସର ଏଭଳି ପଇଁତରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟଗାଁଗୁଡିକରେ ମଧ୍ୟ ଏଭଳି ବ୍ୟବସ୍ଥା କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ କହିଥିଲେ।

Comments are closed.