ମତ୍ସ୍ୟପୁରରେ କମ୍ବଳବଣ୍ଟନ

ଗୁରୁଡ଼ିଝାଟିଆ: ରାଧାକିଶୋରପୁର ପଞ୍ଚାୟତ ଅନ୍ତର୍ଗତ ମତ୍ସୃପୁର ଗାଁର ଅଭାବୀ ଓ ଦିବ୍ୟାଙ୍ଗମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଆଠଗଡ଼ ବିକାଶମଞ୍ଚର ସଭାପତି ତଥା ସମାଜସେବୀ ମାନସ ବସ୍ତିଆ ଅସହ୍ୟ ଶୀତରେ ଶୀତବସ୍ତ୍ର ଅତ୍ୟନ୍ତ କଷ୍ଟକର ଜୀବନ ବିତାଉଥିବା ଅଭାବୀମାନଙ୍କୁ କମ୍ବଳ ବଣ୍ଟନ କରିବା ସହ ସେମାନଙ୍କ ଭଲମନ୍ଦ ପଚାରିବୁଝିଥିଲେ। ଆଗାମୀ ଦିନରେ ଏହି ଅଭାବୀମାନଙ୍କୁ ଅନ୍ୟାନ୍ୟ ସାହାଯ୍ୟ ସହଯୋଗର ହାତ ବଢ଼ାଇବା ପାଇଁ ଶ୍ରୀ ବସ୍ତିଆ ପ୍ରତିଶୃତି ଦେଇଥିଲେ।

Comments are closed.