କଖଡି ପଞ୍ଚାୟତରେ ନେତାଜୀ ଓ ବୀରସୁରେନ୍ଦ୍ରସାଏଙ୍କ ଜୟନ୍ତୀ ପାଳିତ

ଗୁରୁଡିଝାଟିଆ: କଖଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମହାନ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ ଓ ବୀରସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଛି। ସର୍ବଭାତରୀୟ ଶିକ୍ଷକନେତା ରାଜକିଶୋର ଖଟୁଆ ଜୟନ୍ତୀ ଉତ୍ସବରେ ଅଧ୍ୟକ୍ଷତା କରି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦେଶପ୍ରୀତି, ସାହସ ଇଂରେଜ ସରକାରଙ୍କୁ ଦୋହଲାଇ ଦେଇଥିଲା। ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଅବଦାନ ଚିରସ୍ମରଣୀୟ ବୋଲି କହିବା ସହିତ ବୀର ସୁରେନ୍ଦ୍ର ସାଏଙ୍କ ଙ୍କ ଜାତୀୟ ଆନ୍ଦୋଳନରେ ବେଶ ଭୂମିକା ଥିଲା ବୋଲି କହିଥିଲେ। ସରପଞ୍ଚ ଶାନ୍ତିପ୍ରିୟା ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଚନ୍ଦ୍ରଶେଖର ପରିଡା, ବେଣୁଧର ମହାନ୍ତି, ବସନ୍ତ କୁମାର ବିଶ୍ୱାଳ, ସୁରେନ୍ଦ୍ର ମହାନ୍ତି,ବ ିଷ୍ଣୁ ଚରଣ ମହାରଣା, ପ୍ରମୋଦ କୁମାର ଧଳ, କିରଣ ବିହାରୀ ଖଟୁଆ, ପ୍ରଫୁଲ କୁମାର ଖଟୁଆ, ରତ୍ନାକର ସାମନ୍ତ ପ୍ରମୁଖ ଉପସ୍ଥିତ ରହି ଦୁଇବରପୁତ୍ର ସ୍ୱାଧୀନତା ସଂଗ୍ରାମୀ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

Comments are closed.