ଅବକାରୀ ଚଢାଉ, ୬୮୦ଲିଟର ଦେଶୀମଦ ଜବତ

ଗୁରୁଡିଝାଟିଆ: କଟକ ସ୍ୱତନ୍ତ୍ର ଭ୍ରାମ୍ୟମାଣ ଅବକାରୀ ବିଭାଗ ଆଜି ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ପାର୍ବତୀପୁର ନିକଟସ୍ଥ ଜଙ୍ଗଲରେ ଚଢାଉ କରି ୬୮୦ଲିଟର ଦେଶୀମଦ ଜବତ କରିବା ସହ ୯୨୦୦ଲିଟର ପୋଚ ନଷ୍ଟ କରିଛନ୍ତି। ଜଙ୍ଗଲ ନିକଟସ୍ଥ ଝରଣା ନିକଟରେ ମଦମାଫିଆମାନେ ଚୋରା ଦେଶୀମଦ ରନ୍ଧାହେଉଥିବା ଖବର ପାଇ ଭ୍ରାମ୍ୟମାଣ ଅବକାରୀ ନିରୀକ୍ଷକ ସଂଜୀତ ବାର୍ଲାଙ୍କ ନେତୃତ୍ୱରେ ଅଠଗଡ ଅବକାରୀ ଉପନିରୀକ୍ଷକ ବିଜୟ କୁମାର ଭଞ୍ଜ, ନରସିଂହପୁର ଅବକାରୀ ଉପନିରୀକ୍ଷକ ଦେବାନନ୍ଦ ଭୂୟାଁ, ସହକାରୀ ଉପନିରୀକ୍ଷକ ପଙ୍କଜ କଅଁର ପ୍ରମୁଖ ଏହି ଜଢାଉରେ ଅଂଶଗ୍ରହଣ କରିଥିଲେ।

Comments are closed.