କରୋନା ଟୀକା ପାଇଁ ଲମ୍ବାଧାଡି, ୫୯ ସ୍ୱାବ ନମୁନାରୁ ୪ କରୋନା ସଂକ୍ରମତି ଚିହ୍ନଟ

କଖଡି ସାପ୍ତାହିକ ହାଟରେ ତୁଣ୍ଡି ଓ ସାମାଜିକ ଦୂରତ୍ୱକୁ ଉଲ୍ଲଙ୍ଘନ

ଗୁରୁଡିଝାଟିଆ: ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟୀକା ନେବା ପାଇଁ ବେଶ ଲମ୍ବାଧାଡି ଲାଗିଥିଲା। ଏଥିରୁ ସ୍ପଷ୍ଟ ବାରିହୋଇପଡୁଥିଲା ୪୫ବର୍ଷରୁ ଉଦ୍ଧ୍ୱର୍ ଜନସାଧାରଣଙ୍କ ଟୀକା ପ୍ରତି ଅହେତୁକ ଆଗ୍ରହ ବୃଦ୍ଧି ପାଇବା। କରୋନାରୁ ରକ୍ଷା ପାଇଁ ସାମାଜିକ ଦୂରତ୍ୱ, ତୁଣ୍ଡି ପିନ୍ଧିବା ସହିତ ଟୀକାକରଣ ଉପରେ ବେଶ ଗୁରୁତ୍ୱ ଦେଇଛନ୍ତି। ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ୪୫ବର୍ଷରୁ ଊର୍ଦ୍ଧ୍ବ ଜନସାଧାରଣଙ୍କ ଲମ୍ବାଧାଡି ସକାଳ ୯ଟାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଗିଥିଲା। ଏପରିକି ଖରାକୁ ଭୃକ୍ଷେପ ନକରି ମଧ୍ୟ ଟୀକା ନେବା ପାଇଁ ଲମ୍ବାଧାଡି ଲଗାଇଥିଲେ। ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଟୀକାକରରଣ ପାଇଁ ଅହେତୁକ ଜନସାଧାରଣଙ୍କ ଆଗ୍ରହ ବୃଦ୍ଧିକୁ ଦେଖିଏକାଧିକ ପଞ୍ଚିକରଣ ଓ ଟୀକାଦାନ କେନ୍ଦ୍ର ଖୋଲିବା ପାଇଁ ଦାବି ହୋଇଛି।
ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଜି ଚିକିତ୍ସାଳୟ ପରିସରରେ କରୋନା ସ୍ୱାବ ନମୁନା ସଂଗ୍ରହ କରାଯାଇଥିଲା। ୫୯ଜଣଙ୍କ ନମୁନା ପରୀକ୍ଷା ପରେ ୪ଜଣ କରୋନା ସଂକ୍ରମିତ ଥିବା ଜଣାପଡିଛି। କଖଡିରୁ ୩୦ବର୍ଷିୟ ଯୁବକ, ନୁଆଶାସନରୁ ୩୬ବର୍ଷିୟ ମହିଳା, ନିଧିପୁର ରୁ ୧୦ବର୍ଷର ନାବାଳିକା ଓ କୁମାରପୁରରୁ ୩୫ବର୍ଷିିୟ ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ଭାବରେ ଘଣ୍ଟିଖାଲ ନିକଟସ୍ଥ ଜେକେଲକ୍ଷ୍ମୀ ସିମେଣ୍ଟ କାରଖାନାରେ ଆଜି ୧୯୮ଜଣଙ୍କ କରୋନା ସ୍ୱାବ ସଂଗ୍ରହ କରାଯାଇଥିଲା। ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସ ଙ୍କ ନେତୃତ୍ୱରେ ଆୟୁଷ ଚିକିତ୍ସକ ଡାକ୍ତର ଦୀପକ ରାଜ, ଡାକ୍ତର ସ୍ୱର୍ଣ୍ଣପ୍ରଭା ରାଉତରାୟ,ପ୍ରିୟଦର୍ଶିନି ସାହୁ, ସୋନାଲି ସ୍ୱାଇଁ, ସତ୍ୟ ସମ୍ବ୍ରମ ବେଉରା, ସୁବାସ ସାହୁ, ସୁଚିତ୍ରା ରାଉତ, ଲଲିସା କାନୁନଗୋ ପ୍ରମୁଖ ଉପସ୍ଥିତ ରହି ସ୍ୱାବ ସଂଗ୍ରହ କରିଥିଲେ।

ରାଜ୍ୟ ସରକାର କୋଭିଡ ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ଓ ତୁଣ୍ଡି ପିନ୍ଧିବା ବାଧ୍ୟତାମୂଳକ ବୋଲି ନିୟମ କରିଛନ୍ତି। ଏଥିରୁ ବ୍ୟତିକ୍ରମ ହେଲେ କାର୍ଯ୍ୟାନୁଷ୍ଠାନ ହେବା ପାଇଁ ବ୍ୟବସ୍ଥା କରିଛନ୍ତି। ହେଲେ କଖଡି ସାପ୍ତାହିକ ହାଟରେ କରୋନା ନିୟମକୁ ପାଳନ କରିବା ନିମନ୍ତେ ଦୁଣ୍ଡି ଓ ସାମାଜିକ ଦୂରତ୍ୱକୁ ଖୁଲମଖୁଲା ଭାବରେ ଉଲଘଂନ କରାଯାଉଛି। ଏଥିପାଇଁ ଟାଙ୍ଗି ବ୍ଲକ କର୍ତ୍ତୃପକ୍ଷ କିମ୍ବା ସ୍ଥାନୀୟ ପୋଲିସ କୌଣସି ବ୍ୟବସ୍ଥା କରିନାହାନ୍ତି। କେବେଳ ଯେ ଅନୁଶାସନ ଦ୍ୱାରା ସମ୍ଭବ ତାହା ନୁହେଁ। ହାଟକୁ ପରିବା ବିକିବା ପାଇଁ ଆସୁଥିବା କୃଷକ, ବ୍ୟବସାୟୀ ଓ ଗ୍ରାହକ ତିନିହେଁ ସଚେତନ ହେବା ଏକାନ୍ତ ଆବଶ୍ୟକ। ପାଖାପାଖି ବସୁଛନ୍ତି ,ମୁହଁରେ ତୁଣ୍ଡି ପିନ୍ଧୁନାହାନ୍ତି। ଯଦିବା ତୁଣ୍ଡି ଅଛି ତାହା ନାକତଳକୁ। ଏପରିସ୍ଥଳେ କରୋନା ମୁକାବିଲା ତ କାଠିକର ପାଠ । ପ୍ରକାଶଯୋଗ୍ୟ ଏହି ହାଟକୁ ଆଠଗଡ,ବାଙ୍କି, ଢେଙ୍କାନାଳ ସଦର ବ୍ଲକର ପରିବା ଚାଷି ,ବ୍ୟବସାୟୀ ସହିତ ଗ୍ରାହକ ଆସିଥାନ୍ତି। ହାଟଟି ସପ୍ତାହକୁ ଦୁଇଥର ହୋଇଥାଏ।ଉଲ୍ଳେଖଯୋଗ୍ୟ ଆଠଗଡ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ବିଶେଷତଃ ହାଟପାଶ୍ୱର୍ବର୍ତ୍ତି ବିଭିନ୍ନ ପଞ୍ଚାୟରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେଦୃଷ୍ଟିରୁ ତୁଣ୍ଡି ବ୍ୟବହାର କରିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ଏକାନ୍ତ ଆବଶ୍ୟକ। ପ୍ରଶାସନ ହାତରେ କରୋନା ନିୟମ ପାଳନ ପାଇଁ ତତ୍ପରତା ପ୍ରକାଶ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି।

Comments are closed.