କଖଡି ସଂକୀର୍ତ୍ତନ କଳାକାରଙ୍କ ବିୟୋଗ

ଗୁରୁଡିଝାଟିଆ: ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗି-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କଖଡି ଗ୍ରାମର ଜଣାଶୁଣା ସଂକୀର୍ତ୍ତନ କଳାକାର ଭରତ ଚରଣ ସେନାପତି(୭୮)ଙ୍କ ପରଲୋକ ହୋଇଯାଇଛି। ସ୍ୱର୍ଗତ ସେନାପତି ନଦୀକୂଳ ପାଞ୍ଚାପଞ୍ଚାୟତରେ ଜଣେ ସଂକୀର୍ତ୍ତନ ବାଦକ ଭାବରେ ପରିଚିତ ଥିବା ବେଳେ ଆଧ୍ୟାତ୍ମିକ ଚେତନା ଓ ଏକ ସମତୁଲ ସମାଜ ଗଠନରେ ସ୍ୱତନ୍ତ୍ର ଭୂମିକା ନିର୍ବାହ କରିଥିଲେ।

 

ସ୍ବର୍ଗତ ଭରତ ଚରଣ ସେନାପତି ବିୟୋଗରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, କଟକ ଜିଲା ବିଜୁ ଜନତା ଦଳର ସଭାପତି ଦେବାଶିଷ ସାମନ୍ତରା, କଖଡି ଗ୍ରାମର ସରପଞ୍ଚ ଶାନ୍ତିପ୍ରିୟା ମହାନ୍ତି, ଗାଁ ସଭାପତି ଦୀଲ୍ଲିପ କୁମାର ଛତାର, ପୂର୍ବତନ ସମିତିସଭ୍ୟ ନରେନ୍ଦ୍ର କୁମାର ସାହୁ, ଶେଷଦେବ ମୁଦୁଲି ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ସ୍ବର୍ଗତ ଭରତଚରଣ ସେନାପତିଙ୍କ ପାର୍ଥିବ ଶରୀରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Comments are closed.