ନାରୀ ସଶକ୍ତିକରଣ କ୍ଷେତ୍ରରେ ଶିକ୍ଷାର ଭୂମିକା ଶୀର୍ଷକ ଆଲୋଚନା ଚକ୍ର

ଗୁରୁଡିଝାଟିଆ: ମାଧବପୁରସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ନାରୀ ସଶକ୍ତିକରଣ କ୍ଷେତ୍ରରେ ଶିକ୍ଷାର ଭୂମିକା ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଉଦୟଲାବନ୍ୟ ସମ୍ବାଦପତ୍ର ପକ୍ଷରୁ ଆୟୋଜିତ ଏହି ଆଲୋଚନାଚକ୍ରରେ ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନାରୀ ସଶକ୍ତ ହେଲେ ଦେଶ ଆଗକୁ ବଢିବ। ସମାଜ ପ୍ରଗତିପଥରେ ଆଗେଇଯିବ ବୋଲି କହିଥିଲେ। ସାହ୍ୟିତିକ ଡଃ ନାରାୟଣ ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗଦେଇ ଆମ ପ୍ରାଚୀନ ସଂସ୍କୃତି ଓ ପରମ୍ପରାରେ ନାରୀମାନଙ୍କୁ ସର୍ବାଗ୍ର ସ୍ଥାନ ଦିଆଯାଇଛି। ନାରୀ ହିଁ ସମାଜକୁ ସଂସ୍କାରିତ, ପ୍ରଦୂଷଣମୁକ୍ତ କରିବା ସହ ଏକ ସମତୁଲ ସମାଜ ଗଠନରେ ମହନୀୟ ଭୂମିକା ଗ୍ରହଣ କରିଥାଏ। ତେଣୁ ନାରୀର ଉନ୍ନତି ସଂପର୍କରେ ଆମ ସଂସ୍କୃତି ଜୟଗାନ କରିଛି। ଆଜିର ନାରୀ ନିଜକୁ ଉଚ୍ଚସ୍ଥାନରେ ଆସୀନ କରିଛି ସମାଜ ପ୍ରଗତିର ମଙ୍ଗ ଧରିଛି। ଏହା ଏକ ଭଲ ଦେଶର ସଂକେତ ପ୍ରଦାନ କରିଥାଏ ବୋଲି କହିଥିଲେ।

କଟକ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଧୁସ୍ମୀତା ମହାପାତ୍ର, ଆଠଗଡ ଉପଖଣ୍ଡ ସମାଜ ମଙ୍ଗଳ ଅଧିକାରୀ ବିଭୂ ପ୍ରସାଦ ମହାନ୍ତି ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ଉଦୟଲାବନ୍ୟର ସଂପାଦକ ଲଲାଟେନ୍ଦୁ ସେନାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ବିଜୟ କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ୱେତପଦ୍ମା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.