ଗୃହବିଜ୍ଞାନ ସମ୍ମାନରେ କଖଡି ମହାବିଦ୍ୟାଳୟର ଛାତ୍ରୀଙ୍କ ସଫଳତା

ଗୁରୁଡିଝାଟିଆ: ଉତ୍କଳ ବିଶ୍ୱବିଦ୍ୟାଳୟ ୨୦୨୧ ସ୍ମାତକ ପରୀକ୍ଷାରେ ଗୃହ ବିଜ୍ଞାନ ସମ୍ମାନରେ କଖଡି ମହାନଦୀ ଡିଗ୍ରୀ ମହାବିଦ୍ୟାଳୟ ଛାତ୍ରୀ ଦୀପ୍ତି ସାହୁ ୨ୟ ଓ ସନ୍ଧ୍ୟାରାଣୀ ୬ଷ୍ଠ ସ୍ଥାନ ଅଧିକାର କରି ମହାବିଦ୍ୟାଳୟ ପାଇଁ ଗୌରବ ଆଣିବା ସହିତ ରାଜ୍ୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। କଖଡି ମହାନଦୀ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀ ଦୀପ୍ତିମୟୀ ସାହୁ ଓ ସନ୍ଧ୍ୟା ପ୍ରିୟଦର୍ଶିନୀ ଦାଶ ପ୍ରଥମ କରି ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ମାତକ ପରୀକ୍ଷାର ଗୃହବିଜ୍ଞାନ ସମ୍ମାନରେ ଏଭଳି ଗୌରବ ଆଣିଥିବାରୁ ମହାବିଦ୍ୟାଳୟ ପକ୍ଷରୁ ୨ଛାତ୍ରୀଙ୍କୁ କୃତଜ୍ଞତା ଓ ସାଧୁବାଦ ଜ୍ଞାପନ କରାଯାଇଛି। ମହାବିଦ୍ୟାଳୟକୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଦେବାରେ ଦୁଇଛାତ୍ରୀଙ୍କ ଭୂମିକା ଥିବାରୁ ଅଞ୍ଚଳବାସୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଗୃହବିଜ୍ଞାନ ସମ୍ମାନର ୨ୟ ସ୍ଥାନ ଅଧିକାର କରିଥିବା ଦୀପ୍ତିମୟୀ ସାହୁଙ୍କ ଘର ବେଣ୍ଟପଦାରେ ହୋଇଥିବା ବେଳେ ୬ଷ୍ଠ ସ୍ଥାନ ଅଧିକାର କରିଥିବା ସନ୍ଧ୍ୟାରାଣୀ ପ୍ରିୟଦର୍ଶିନୀ ଦାଶଙ୍କ ଘର ଆଠଗଡ ଥାନା ଅନ୍ତର୍ଗତ ଦହିସରା ଗ୍ରାମରେ ଅଟେ।

Comments are closed.