ଯୋଗାଣ ମନ୍ତ୍ରୀଙ୍କ ଦ୍ୱାରା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟକାର୍ଡ ବଣ୍ଟନ

ଗୁରୁଡିଝାଟିଆ: ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗି-ଚୌଦ୍ୱାର ବ୍ଲକର କଖଡି ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବଣ୍ଟନ କରାଯାଇଛି। ଯୋଗାଣ ମନ୍ତ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଠଗଡ ନିର୍ବାଚନ ମଣ୍ଡଳୀରେ କଖଡି ପଞ୍ଚାୟତର ଭୂମିକା ସର୍ବଦା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ଏହି ପଞ୍ଚାୟତର ଜନସାଧାରଣଙ୍କୁ ସବୁ କ୍ଷେତ୍ରରେ ଆଗୁଆ କରି ଗଢିତୋଳିବା ମୋର ପ୍ରାଥମିକତା ବୋଲି କହିବା ସହିତ ହିତାଧିକାରୀଙ୍କୁ ସ୍ମାର୍ଟହେଲ୍‍ଥକାର୍ଡ ବଣ୍ଟନ କରିଥିଲେ।

ସ୍ଥାନୀୟ ସରପଞ୍ଚ ଶାନ୍ତିପ୍ର୍ରିୟା ମହାନ୍ତି, ସମିତିସଭ୍ୟା ତଅପୋଇ ବେଦାନ୍ତ, ପୂର୍ବତନ ସମିତିସଭ୍ୟ ନରେନ୍ଦ୍ର କୁମାର ସାହୁ, ଯୁବନେତା ଦିଲ୍ଲିପ ଛତାର, ସରପଞ୍ଚଙ୍କ ପ୍ରତିନିଧି ବେଣୁଧର ମହାନ୍ତି, ଦାଶରଥି ବେହେରା, ବିଜୟ କୁମାର ରାଉତ ଙ୍କ ସହିତ ଟାଙ୍ଗି-ଚୌଦ୍ୱାର ବ୍ଲକର ଉନ୍ନୟନ ଅଧିକାରୀ ଅତିଥି ଭାବରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଆରଏସ କିରଣ କୁମାର ସାହୁ, ପ୍ରକାଶ ଚନ୍ଦ୍ର ରାଉତ ସହିତ ପଞ୍ଚାୟତର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ।

Comments are closed.